ବ୍ଲକ ମାନ୍ୟତା ସକାଶେ, ସଜାଗ ହେଲେ, ଅମ୍ବାଦଳାର ଅଞ୍ଚଳ ବାସୀ .

ବ୍ଲକ ମାନ୍ୟତା ସକାଶେ, ସଜାଗ ହେଲେ, ଅମ୍ବାଦଳାର ଅଞ୍ଚଳ ବାସୀ .

ବ୍ଲକ ମାନ୍ୟତା ସକାଶେ, ସଜାଗ ହେଲେ, ଅମ୍ବାଦଳାର ଅଞ୍ଚଳ ବାସୀ.

 
ମୁନିଗୁଡା,ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥି ପୂର୍ବରୁ ନୂତନ ବୃକ୍ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ସ୍ଥାନରୁ ନୂତନ ବୃକ୍ ଗଠନ ଦାବି ଉଠିବାରେ ଲାଗିଛି । ସେହିକ୍ରମରେ ମୁନିଗୁଡା ବ୍ଲକ୍‌ରୁ ଅଲଗା କରି ଅମ୍ବାଦଳାରେ  ନୂତନ ବୃକ୍ ଗଠନ ଦାବି ଜୋରଧରିଛି । ମୁନିଗୁଡା ବ୍ଲକ୍‌ର ୯ ପଞ୍ଚାୟତବାସୀ ଅମ୍ବାଦଳାରେ ନୂତନ ବୃକ୍ ଗଠନ ଦାବି କରିଆସୁଥିବା ବେଳେ।ଆଜି ଅମ୍ବାଦଳା ସାମ୍ବାଦିକ ସଂଘର ସଦସ୍ୟ ମାନେ  ମୁନିଗୁଡ଼ା ବ୍ଲକ ବିଡ଼ିଓ କ୍ରୁଷ୍ଟ ଚନ୍ଦ୍ର ଦଳପତିଙ୍କୁ  ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପାଇବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଦଳପତି କହିଛନ୍ତି ।
ମୁନିଗୁଡ଼ା ବ୍ଲକର  ଜଗଦଲପୁର, ସରଧାପୁର, ସିବପଦର, ରାଘୁବାରି, ଡିମିରିଗୁଡ଼ା, ଇଚ୍ଛାପୁର, ଅମ୍ଲାଭଟା, ଅମ୍ବାଦଳା, ରାଣୀପିଣ୍ଡା ଭଳି ପଞ୍ଚାୟତକୁ ନେଇ ନୂତନ ବ୍ଲକ୍ ଗଠନ ପାଇଁ ଦାବି ହୋଇଛି।  ରାଜ୍ୟରେ କିଛି ନୂତନ ବୃକ୍ ଓ ତହସିଲ ଗଠନ ନେଇ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ ଅଞ୍ଚଳବାସୀ  ଏହି ଦାବି କରାଯାଉଛି।ଉପରୋକ୍ତ ୯ଟି ପଞ୍ଚାୟତରେ ମୋଟ ୧ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ସେଥ୍ରୁ ୯୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ବର୍ତମାନ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ମୁନିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟକୁ ଆସି ବାକୁ ପଡ଼ୁଛି। ପ୍ରତ୍ୟେକ ପଞ୍ଚାୟତର ଶେଷ ସୀମାରେ ଅବସ୍ଥିତ ଗାଁରୁ ମୁନିଗୁଡା ବୃକ୍ କାର୍ଯ୍ୟାଳୟ  ହାରାହାରି ୬୫ କିମି ଦୂରରେ ରହିଛି। ପ୍ରାୟ ପଞ୍ଚାୟତ ଗୁଡିକ ଉପାନ୍ତ ଓ ପାହାଡିଆ ଅଞ୍ଚଳ ଫଳରେ ଲୋକେ ଯିବା ଆସିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି।ବର୍ଷାଦିନେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାପୂର୍ବରୁ ୨୦୦୦ ମସିହାରେ ନୂତନ ପଞ୍ଚାୟତ ସମିତି ଗଠନ ପାଇଁ ଦାବି ହୋଇଥିଲା । ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଅମ୍ବାଦଳାକୁ ନୂତନ ବ୍ଳକ୍ ଭାବେ ଘୋଷଣା କରିବାକୁ ସଂଘ ପକ୍ଷରୁ ଦାବୀ ହୋଇଛି।ଆଜି
ଦାବିପତ୍ର ପ୍ରଦାନ ବେଳେ ଅମ୍ବଦଳା ସାମ୍ବାଦିକ ସଂଘର ସଭାପତି ରଞ୍ଜନ ସ୍ୱାଇ, ସମ୍ପାଦକ ଦକ୍ଷ ବାତ୍ରାଙ୍କ ସମେତ ସାମ୍ବାଦିକ ଦୟାନିଧି ସାହୁ, ମହେଶ ହୋହରା, ରମାକାନ୍ତ ପୋଡାଲ, ଆନନ୍ଦ ଟାକ୍ରି, ପ୍ରେମ ସିଂ,ଯ୍ୟୋତିର୍ଜିତ ପଣ୍ଡା, ସୁଦୀପ ମିଶ୍ର, ରଜତ  ତ୍ରିପାଠୀ, ବେଣୁଧର ଖୋସଲା, ବିଭୁ ପ୍ରସାଦ ନାହାକ ପ୍ରମୁଖ ଉପସ୍ଥିତ ରହି ଥିଲେ।