ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ।

ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ।

ଆସନ୍ତା ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର.ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆରକ୍ଷୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ସୁଧାକର ସାହୁ, ଉପଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ୟୋତିରଞ୍ଜନ ଗୌଡ଼, ଡିଏସପି ଶ୍ରୀ ଲକ୍ଷ୍ମୀ ନାରାୟଣ ତିୱାରୀ, ଟାଉନ ଥାନା ଅଧିକାରୀ ଶ୍ରୀ ଶୁଭେନ୍ଦୁ ସାହୁଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁସଂଗଠିତ ଭାବେ ପାଳନ କରିବା ପାଇଁ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ରୁଟ୍ ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ବିଷୟରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆଇନ-ଶୃଙ୍ଖଳା ରକ୍ଷା ଓ ସମସ୍ତ ବିଭାଗମାନଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

 ଶୋଭାଯାତ୍ରା ଇଚ୍ଛାପୁର ମାଉସୀମା ମନ୍ଦିରରୁ ବାହାରି ତିନିମୁହାଣୀ ରାମମନ୍ଦିର ପର୍ଯ୍ୟନ୍ତ ଆସିବାକୁ ନିର୍ଦ୍ଧାରିତ ହୋଇଛି। ଆୟୋଜକମାନଙ୍କୁ ପ୍ରଶାସନଙ୍କ ସହଯୋଗ କରି ସମସ୍ତ ନିୟମକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା।

ଶୋଭାଯାତ୍ରାକୁ ଅପରାହ୍ନ ୨.୦୦ରୁ ସନ୍ଧ୍ୟା ୬.୦୦ ମଧ୍ୟରେ ସମାପ୍ତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ସମସ୍ତଙ୍କୁ ଏହି ପର୍ବକୁ ଶାନ୍ତିପୂର୍ଣ୍ଣ ଓ ସମନ୍ୱୟମୂଳକ ଭାବେ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା