ଜବରଦଖଲ ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ଙ୍କ ତହସିଲଦାରଙ୍କୁ ନିର୍ଦ୍ଦେଶ ପରେ ଅନଶନ ସ୍ଥଗିତ
*ସରକାରୀ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ୧୬ ଦିନ ଧରି ଚାଲିଥିଲା ଅନଶନ
ପଟ୍ଟାମୁଣ୍ଡାଇ ୨୦/୦୮- ସଂପ୍ରତି ପଟ୍ଟାମୁଣ୍ଡାଇ ତହସିଲ ଅଧିନ ମାଳି ପୁର ଗ୍ରାମର ଖାତା ନଂ ୬୧୨ ପ୍ଲଟ ନଂ ୮୫୯ ସର୍ବସାଧାରଣ ରାସ୍ତା ଉପରେ ଵେଆଇନ କୋଠା ନିର୍ମାଣ କୁ ବିରୋଧ କରି ଦୀର୍ଘ ୧୬ ଦିନ ଧରି ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନଶନ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ପରେ ଆଜି ଅନଶନ କାରୀ ମାନେ ଆନ୍ଦୋଳନ ସ୍ଥଗିତ ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ୧୬ ଦିନ ଧରି ଚାଲି ଆସିଥିବା ବାଦ ବିସମ୍ବାଦ ର ସମାପ୍ତି ଘଟିଛି। ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲ ଅଧିନ ମାଳି ପୁର ଗ୍ରାମର ସରକାରୀ ରାସ୍ତା କୁ ଜବରଦଖଲ କରି ଜଣେ ବ୍ୟକ୍ତି କୋଠା ନିର୍ମାଣ କରୁଥିବା ଗ୍ରାମବାସୀ ମାନେ ପଟ୍ଟାମୁଣ୍ଡାଇ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରି ଜବରଦଖଲ ହଟାଇବା ପାଇଁ ଅନୁରୋଧ କରିଥିଲେ। ତହସିଲଦାର କର୍ମଚାରୀ ପଠାଇ କୋଠା ନିର୍ମାଣ କୁ ବନ୍ଦ କରିଥିଲେ ମଧ୍ଯ ଜବରଦଖଲ କାରୀ କର୍ଣ୍ଣପାତ କରିନଥିଲେ। ଫଳରେ ଗ୍ରାମବାସୀଙ୍କ ପ୍ରତିନିଧି ଭାବେ ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାଶ ଗତ ୫ତାରିଖ ଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଜାରି ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ନିର୍ମାଣଧିନ କୋଠା ଗୋଷ୍ଠୀ ଶୌଚାଳୟ ପ୍ରକଳ୍ପ ବୋଲି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହା ଯାଇଥିଲା।
ଫଳରେ ଘଟଣାକୁ ନେଇ ଏକ ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜସ୍ୱ ବିଭାଗ ର ବିନା ଅନୁମତିରେ ଓ ଆଇନ ରେ କୌଣସି ବ୍ୟବସ୍ଥା ନଥାଇ କିପରି ସରକାରୀ ରାସ୍ତା ମଝିରେ ପ୍ରକଳ୍ପ ନିର୍ମାଣ କରା ଯାଉଛି ବୋଲି ଆନ୍ଦୋଳନ କାରୀ ମାନେ ପ୍ରଶ୍ନ କରିବା ସହିତ ଶତାଧିକ ଗ୍ରାମବାସୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ଯରେ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ସମେତ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳ ଙ୍କ ଦ୍ଵାରା ଗଠିତ ତଦନ୍ତ କମିଟି ଆନ୍ଦୋଳନ କାରୀ ଙ୍କ ସହିତ ଆଲୋଚନା କରିଥିଲେ ମଧ୍ଯ ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ କାରୀ ଜିଦରେ ଅଟଳ ରହିବାରୁ ଆଲୋଚନା ବସ୍ତୁତଃ ବିଫଳ ହୋଇଥିଲା। ତେବେ ଅନଶନରତ ପ୍ରଶାନ୍ତ ମହାନ୍ତି ଙ୍କ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଆଗତ ଡବ୍ଲୁ ପି (ସି) ୨୫୯୦୦ ର ବିଚାର କରି ମାନ୍ୟବର କୋର୍ଟ ଯଦି କୌଣସି ଅବୈଧ ଦଖଲ ଥାଏ, ଆଗାମୀ ଏକ ମାସ ମଧ୍ୟରେ ଉଚ୍ଛେଦ କରିବା ପାଇଁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ପାଇବା ପରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ କହିଛନ୍ତି ଯେ ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନଗତ ଭାବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ପରେ ବ୍ଲକ ପକ୍ଷ ରୁ ଵେଆଇନ ଭାଵେ ନିର୍ମାଣ କରା ଯାଉଥିବା ପ୍ରକଳ୍ପ ର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଆନ୍ଦୋଳନ କାରୀଙ୍କ ପକ୍ଷରୁ ଯୁବ ଆଇନଜୀବୀ ଅଶ୍ୱିନୀ ଚୌଧୁରୀ ମାମଲା ପରିଚାଳନା କରୁଥିଲେ। ତହସିଲଦାରଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ୧୬ ଦିନ ଧରି ଅନଶନ ଚଳାଇ ଆସିଥିବା ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାଶ ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କାର୍ଯ୍ୟକାରୀ ହେବା ଅବଧି ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା


admin 
