କୁମ୍ଭୀର ଶୋଇଛି ଧାନ ଜମି ହୁଡାରେ; ଭୟଭୀତ ଅବସ୍ତାରେ ଚାଷୀ*

କୁମ୍ଭୀର ଶୋଇଛି ଧାନ ଜମି ହୁଡାରେ; ଭୟଭୀତ ଅବସ୍ତାରେ ଚାଷୀ*

*କୁମ୍ଭୀର ଶୋଇଛି ଧାନ ଜମି ହୁଡାରେ; ଭୟଭୀତ ଅବସ୍ତାରେ ଚାଷୀ* ରାଜନଗର, (ଆଜିର ବିଶେଷ ଖବର): ରାଜନଗର ବ୍ଲକ ଗୋପାଳପୁର- କେରଡାଗଡ ପୂର୍ତ୍ତ ବିଭାଗ ରାସ୍ତାର ଘୋଡାପାରିଆ (ଓଲରା) ଛକ ନିକଟରୁ ଯାଇଥିବା ନାଳର ଅପରପାର୍ଶ୍ଵରେ ଥ‌ିବା ଚାଷଜମି ହୁଡାରେ ଶୋଇଥିବା ଦେଖିବାକୁ ମିଳିଛି । ହଂସୁଆ ନଦୀକୁ ସଂଯୋଗ କରିଥିବା ଧାନଦିଆ-ନୂଆଗାଁ ନାଳରେ ଦୀର୍ଘ ତିନିବର୍ଷରୁ ଉର୍ଦ୍ଧ୍ୱ ହେବ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଛି । ମାତ୍ର କିଛି ଦିନ ହେବ କୁମ୍ଭୀରଟି ଚାଷଜମି ହିଡରେ କୁମ୍ଭୀରଟି ସକାଳୁ ଖରା ଖାଉଥିବାର ଦୃଶ୍ୟ ଚାଷୀମାନଙ୍କୁ ଭୟଭୀତ କରିଛି।ଚାଷୀମାନେ ଚାଷଜମିକୁ ଯିବାକୁ ଭୟ କରୁଛନ୍ତି । କୁମ୍ଭୀରଟିକୁ ବନବିଭାଗ ଉଦ୍ଧାର କରି ଅନ୍ୟତ୍ର ଛାଡିବା ସହ ନଦୀକୁ ସଂଯୋଗ କରିଥିବା ନାଳ ମୁହଁରେ ତାରବାଡ ଦେବା ପାଇଁ ଚାଷୀମାନେ ଦାବୀ କରିଛନ୍ତି । ଏସଂପର୍କରେ ରାଜନଗର ରେଂଜ ଅଫିସର ଚିତରଂଜନ ବେଉରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆମକୁ ସୂଚନା ମିଳିଛି ବୋଲି କହିଥିଲେ। ଖୁବଶିଘ୍ର ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ରାଜନଗର ରୁ ବିଶ୍ୱଜିତ ପଣ୍ଡା ଙ୍କ ରିପୋର୍ଟ।