ମରଣଯନ୍ତା ପାଲଟିଛି ଏମଭି ୭୯ -ମୋଟୁ ଜାତୀୟ ରାଜପଥ ।

ମରଣଯନ୍ତା ପାଲଟିଛି ଏମଭି ୭୯ -ମୋଟୁ ଜାତୀୟ ରାଜପଥ ।

ମରଣଯନ୍ତା ପାଲଟିଛି ଏମଭି ୭୯ -ମୋଟୁ ଜାତୀୟ ରାଜପଥ ।

ମାଲକାନଗିରି ଜିଲ୍ଲା, ତା:-୨୮/୦୫  ମାଲକାନଗିରି ଜିଲ୍ଲା ଦେଇ
ଯାଉଥିବା ରାଞ୍ଚି - ବିଜୟୱାଡା ୩୨୬ ନଂ ଜାତୀୟ ରାଜପଥର ଏମଭି ୭୯ ରୁ ମୋଟୁ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ସମ୍ପୂର୍ଣ୍ଣ ରାସ୍ତା ଉପରୁ ପିଚୁ ଉଠିଯାଇ ନଷ୍ଟ ହେବା ସହ ରାସ୍ତା ରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି | ବାରମ୍ବାର ଗୁହାରି ସତ୍ତ୍ୱେ ମଧ୍ୟ ସମ୍ପୃକ୍ତ ବିଭାଗିୟ ଅଧିକାରୀ ମାନେ ରାସ୍ତା ମରାମତି ଦିଗରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ରକ୍ଷଣା ବେକ୍ଷଣ ଅଭାବ ଯୋଗୁ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ଏହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାସ୍ତାରେ ଯାତାୟାତ କରିବା ବିପଦଜନକ ବୋଲି  ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ରାସ୍ତା ଖରାପ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏବଂ ଯାନବାହାନ ଚଳାଚଳ କରୁଛନ୍ତି । ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଜନସାଧାରଣଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଏହାସହ ଏହି ରାସ୍ତା ଦେଇ ଏମ୍‌ଭି ୭୯ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଟୋରିକ୍ସା ମଟରସାଇକେଲ, କାର, ବସ୍ ଯୋଗେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଉଥିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତା  ଖରାପ ଯୋଗୁଁ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖ‌ିବାକୁ ମିଳିଛି। ଗତ ଦିନରେ ଖାଲଖମା ଭରା ଏହି ରାସ୍ତାରେ ପଡି ଅନେକ ଲୋକଙ୍କ ପ୍ରାଣ ହାନି ହୋଇଥ‌ିବା ନଜିର୍ ରହିଛି | ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢି ବଢି ଯାଉଥିବାରୁ ଏହି ରାସ୍ତାର ମରାମତି ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରୁଥିବା ଜଣାପଡିଛି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର l