ଖଣି ମାଫିଆ ଙ୍କ ଦ୍ଵାରା ହତ୍ୟାକାଣ୍ଡ ରେ ଅଭିଯୁକ୍ତଙ୍କୁ ଆଣି ଘଟଣା ସ୍ଥଳରେ କ୍ରାଇମସିନ ରିକ୍ରିଏସନ, ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର

ଖଣି ମାଫିଆ ଙ୍କ ଦ୍ଵାରା ହତ୍ୟାକାଣ୍ଡ ରେ ଅଭିଯୁକ୍ତଙ୍କୁ ଆଣି ଘଟଣା ସ୍ଥଳରେ କ୍ରାଇମସିନ ରିକ୍ରିଏସନ, ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର

ନୟାଗଡ ତା ୧୩/୫ ( ଅଶୋକ କୁମାର ସାଥୁଆ )ନୟାଗଡ ଜିଲ୍ଲା ଓଡଗାଁରେ ଯୁବକକଙ୍କୁ ବିଭତ୍ସ ହତ୍ୟା ମାମଲାରେ କ୍ରାଇମ ସିନ ରିକ୍ରିଏସନ l ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ମାନସ ଓ ମହନ୍ତକୁ ନେଇ ହତ୍ୟାକାଣ୍ଡ ଘଟଣା ସ୍ଥଳରେ କ୍ରାଇମସିନ ରିକ୍ରିଏସନ କଲା ଓଡ଼ଗାଁ ପୋଲିସ l କେମିତି ହୋଇଥିଲା ହତ୍ୟାକାଣ୍ଡ ଗୋଟି ଗୋଟି କରି ସମସ୍ତ ଘଟଣା କହିଲା ଅଭିଯୁକ୍ତ l କ୍ରାଇମ ସିନ ରିକ୍ରିଏସନ ପରେ ଓଡ଼ଗାଁ କୋର୍ଟରେ ଅଭିଯୁକ୍ତ ମାନଙ୍କୁ ହାଜର କରାଇଲା ପୋଲିସ l ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଲେ ଓଡ଼ଗାଁ SDPO ଦୀପ୍ତିକାନ୍ତ ପ୍ରଧାନ l ସୂଚନା ଅନୁଯାଇ ଓଡଗାଁ ଥାନା ଶିଳ୍ପୀନଗର ଅଂଚଳର ଜଣେ ଯୁବକ ବିରୋଧ କରିବା ସହ ଚାନ୍ଦା ମାଗିବାରୁ 6ରୁ 7ଜଣ ଯୁବକ ମିଶି ଅତି ନିର୍ମମ ଭାବେ ହାତ ଗୋଡ଼ କାଟି ଓଡ଼ଗାଁ କଦଳୀ ବନ୍ଧ ଛକ ଠାରେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ , ମୃତକ ଜଣକ ହେଲେ ଅଜିତ ସାହୁ l ଏପଟେ ମୃତକ ଙ୍କ ପରିବାର ପକ୍ଷରୁ ରାସ୍ତା ରୋକ କରାଯାଇଥିଲା, ଫଳରେ ଉତେଜନା ଦେଖା ଯାଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଓଡଗାଁପୋଲିସ, ଏସଡିପିଓ, ଉପ ଆରଖି ଅଧିକ୍ଷକ ପହଂଚି ଘଟଣା ତଦନ୍ତ କରିବା,ବୁଝା ସୁଝା କରିବା ସହିତ ପରିବାର ଲୋକ ଙ୍କ ଦାବି ଅନୁସାରେ ଲିଖିତ ଦେବା ପରେ ରାସ୍ତା ରୋକ ହଟି ଥିଲା, ପରେ ଓଡ଼ଗାଁ ପୋଲିସ ଶବ ଜବତ କରି ନୟାଗଡ଼ ମୁଖ୍ୟ ଚିକିତ୍ସା ଳୟ ରଶବଗୃହ କୁ ବ୍ୟବଛେଦ ନିମନ୍ତେ ପଠାଇ ଥିବା ବେଳେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ଏପଟେ ବିଭିନ୍ନ ଦିଗ ରୁ ପୋଲିସ ତଦନ୍ତ କରି ୪ଜଣକୁ ଗିରଫ କରି ଘଟଣା ର ବ୍ୟବହୃତମରାଣାସ୍ତ୍ର ଏକ ଖଣ୍ଡାସହ ୪୦୭ ଟ୍ରକ, ଏକ କାର ଜବତ କରିଥିଲା, ଆଜି ଏହି ଘଟଣାରେ ନେଇ କ୍ରଇମ ସିନ ରିକ୍ରିଏସନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି.ଅନ୍ୟ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି l