ପୁଣି ଚଢ଼ିଗଲା ଆମ ବସ୍....
*ସ୍କୁଟିକୁ ଧକ୍କା ଦେଲା ଆମ ବସ୍। ସମ୍ୱଲପୁରରେ ଦୁର୍ଘଟଣା ଘଟାଇଲା ଆମ ବସ୍। ବୁର୍ଲା ପିସି ବ୍ରିଜ୍ ଉପରେ ସ୍କୁଟିକୁ ଧକ୍କା ଦେଲା । ସ୍କୁଟି ଆରୋହୀ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବସ୍ ଟି ବେଶୀ ବେଗରେ ଆସୁଥିବା ବେଳେ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା।*
ଦୁର୍ଘଟଣାରେ ସ୍କୁଟି ଚାଳକ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ବୁର୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଓ ଡ୍ରାଇଭରକୁ ନିଜ ହେପାଜତକୁ ନେଇଥିବା ଜଣାପଡିଛି। ଆହତ ବ୍ୟକ୍ତିଙ୍କୁ ତୁରନ୍ତ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।...
*ଏଇ ମାସ ପ୍ରଥମ ସ୍ପତାହରେ ରାଜଧାନୀରେ ଆମ ବସ୍ ନେଇଥିଲା ଜୀବନ। ବାଣୀବିହାର-ସତ୍ ସଙ୍ଗ ବିହାର ମଝିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ବାଇକ୍ ରେ ଯାଉଥିବା ବେଳେ ପଛ ପଟୁ ଧକ୍କା ଦେଲା ଆମ ବସ୍ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ପ୍ରାୟ ୮ଟି ଆମ ବସ୍ କୁ ଅଟକାଇ କ୍ଷତିପୂରଣ ଦାବିରେ ଏନ୍ଏଚ୍ ରେ ଧାରଣା ଦେଇଥିଲେ। ଭୁବନେଶ୍ବର ଡିସିପିଙ୍କ ହସ୍ତକ୍ଷେପ ପରେ ଧାରଣା ହଟିଥିଲା।*


admin 
