ଗହିର ମଥା ସାମୁଦ୍ରିକ ଅଭୟାରଣ୍ୟରୁ ମାଛ ମାରିବା ମହଙ୍ଗା ପଡିଲା,
ଗହିର ମଥା ସାମୁଦ୍ରିକ ଅଭୟାରଣ୍ୟରୁ ମାଛ ମାରିବା ମହଙ୍ଗା ପଡିଲା,
ଆନ୍ଧ୍ର ଟ୍ରଲର ସହ ୭ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବନବିଭାଗ।
ରାଜନଗର -୨୧.୧୧.୨୫ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ବନ୍ୟ ପ୍ରାଣୀ ରେଞ୍ଜ ଅନ୍ତର୍ଗତ ବରୁଣେଇ ସାମୁଦ୍ରିକ ଅଭୟାରଣ୍ୟରୁ ଵେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ଚଳିତମାସରେ ୪ର୍ଥ ଥର ବନବିଭାଗ ହାତରେ ଧରାପଡି କେ।ର୍ଟ ଚାଲାଣ ହେଇଥିବା ଅଧୀକାଂଶ ଵାଲେଶ୍ବରର ମତ୍ସ୍ୟଜୀବୀ ଥିଲେ। ଆଜି ଆନ୍ଧ୍ର ଟ୍ରଲର ସହ ୭ଜଣ ମତ୍ସଜୀବୀଙ୍କୁ ଗିରଫ କରି କେ।ର୍ଟ ଚାଲାଣ କରାଯାଇଥିବା ରେଞ୍ଜର ପ୍ରକାଶ କରିଛନ୍ତି। ବରୁଣେଇ ଫରେଷ୍ଟର ଶ୍ରୀ ମହନ୍ତ କୁମାର ମଲ୍ଲିକଙ୍କ ରିପେ।ର୍ଟ ଅନୁଯାଇ ଗତକାଲି ରାତିରୁ ଆନ୍ଧ୍ର ପ୍ରଦେଶର "କାଲା -11"ନାମକ ଟ୍ରଲର ବିନାଅନୁମତିରେ ଵେଆଇନ୍ ଭାଵେ ଗହିରମଥା ସାମୁଦ୍ରିକ ଅଞ୍ଚଳରେ ମାଛ ମାରୁଥିଲେ।ମାଛ ମାରୁଥିବା ଟ୍ରଲରକୁ ପେଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀ ମାଡି ବସିବା ସହ ୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭାର ପ୍ରାପ୍ତ ରେଞ୍ଜର ଶ୍ରୀ କପିଳେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।ବିଵରଣୀରୁ ପ୍ରକାଶ ଗତକାଲି ରାତିରେ ଵରୁଣେଇ ସେକ୍ସନର ଫରେଷ୍ଟର ଶ୍ରୀ ମହନ୍ତ କୁମାର ମଲ୍ଲିକଙ୍କ ନେତୃତ୍ବରେ ବନ କର୍ମଚାରୀ ସାମୁଦ୍ରିକ ଅଭୟାରଣ୍ୟରେ ପେଟ୍ରୋଲିଂ କରୁଥିଲେ । ବିନାନୁମତିରେ ଉପରେ।କ୍ତ ଟ୍ରଲର ସାମୁଦ୍ରିକ ଅଭୟାରଣ୍ୟରୁ ମାଛ ମାରୁଥିବା ସମୟରେ ବନବିଭାଗ ଟିମ୍ ମାଡିଵସିଥିଲା। ଟ୍ରଲର ଜଵତ କରିବା ସହ ୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ଗିରଫ ବ୍ୟକ୍ତିମାନେ ହେଲେ ଏମ ରାମା, ଏମ ୟାରାୟା, ଏମ ଗାରଗାୟା, ଏମ୍ ଆପ୍ପାନା, ଭି ଲକ୍ଷ୍ମଣ, ଜି ଆପନ୍ନା, କେ ବାକୈ ଏସମସ୍ତେ ଵିଶାଖାପାଟନାର ଵେଲି ଜଣାପଡିଛି।ଏମାନଙ୍କ ଟ୍ରଲ଼ର ସହ ଜିପିଏସ ୨ଟା,ଭିଏଚ୍ ୧,ଫିସିଂ ହୁକ ୪୦୦ଟି,ଜେନେରେଟର ୨,୧୦କୁଇଣ୍ଟାଲ ମାଛ ଜବତ କରାଯାଇଛି। ରାଜନଗର ରୁ ବିଶ୍ୱଜିତ ପଣ୍ଡା ଙ୍କ ରିପୋର୍ଟ ଆଜିର ବିଶେଷ ଖବର।



