ଗାଇସିଲଟରୁ sports complex ହୋଇ ପରେ କି ?

ଗାଇସିଲଟରୁ sports complex ହୋଇ ପରେ କି ?

ଗାଇସିଲଟରୁ sports complex ହୋଇ ପରେ କି ?

ପଦ୍ମପୁର, ଗାଇସିଲେଟ (ବିଶେଷ ଖବର )  ଗାଇସିଲେଟ ଏକ ଶାନ୍ତିପୁର୍ଣ ସ୍ଥାନ l ଗାଇସିଲେଟ ବାସୀଙ୍କ ମୁଣ୍ଡାରେ ବର୍ତ୍ତମାନ  ଟେକା ପ୍ରହାର ହେଲା ଭଳି ଜଣା ପଡୁଛି l କାରଣ ଗାଇସିଲେଟ ବ୍ଲକ ଠାରେ ଆଗରୁ sports complex ହେବାକୁ ଥିବା ଉପରେ ସ୍ଥାନ ନିରୂପଣ କରାଯାଇଥିବା ବେଳେ ବର୍ତ୍ତମାନ ତାହା ଅନ୍ୟତ୍ର sports complex ହେବାର ଜଣା ପଡୁଛି l ଯାହା ଫଳରେ ଗାଇସିଲଟ ବ୍ଲକ ହେଡ଼କ୍ଵାଟର ଠାରେ ଆଜି ଅଞ୍ଚଳ ବାସୀ ଅଶାନ୍ତିରେ ୟୁଥ କ୍ଲବ ଠାରେ ଏକ ସମାଲୋଚନା ବୈଠକ କରିଥିଲେ l ଗାଁ ତଥା ଅଂଚଳବାସୀ ଏ ବୈଠକରେ ବହୁତ ଅସନ୍ତୋଷ ହେବାର ଜଣା ପଡୁଛି ଓ ଦିଆଯାଇଥିବା ସ୍ଥାନରେ ନିଶ୍ଚୟ ହେବ ବୋଲି ପ୍ରସ୍ତାବ ଦେଇଥିଲେ l ଏହିପରି ଏଇ ଗାଇସିଲେଟ ପାଖରୁ ଡାକ୍ତରଖାନା, S B I ଆଦି ଚାଲିଯିବା ବେଳେ ଅଂଚଳବାସୀ ଆପ୍ରାଣ ଚେଷ୍ଟା କରି ଗାଇସିଲେଟ ଠାରେ ଠିଆ କରି ପାରିଛନ୍ତି l ଏହାକୁ ପୁନଃ ଫେରି ପାଇବାର ଆଶା ନେଇ ଗାଇସିଲଟ ତହସିଲଦାର /ମାଜିଷ୍ଟେଟ ମହା ମହିମା ତହସିଲଦାର ନାନସି ଖାଲକୋ, ବି. ଡି.ଓ. ଶ୍ରୀ ଲକ୍ଷ୍ମଣ ମାଝୀ ଓ ଏ. ବି. ଡି. ଓ. ଶ୍ରୀ ଭୀଷ୍ମଦେବ ମାଝୀ ପୋଲିସ ଏ. ଆଇ. ସି. ଶ୍ରୀ ପ୍ରଦୀପ ତ୍ରିପାଠୀ ଓ ରାଜସ୍ବ ନିରୀକ୍ଷକ ଶ୍ରୀ ପାଣି ମହୋଦୟଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି l ଏହାର ଆଗ ଧାଡିରେ ଶ୍ରୀ ରଞ୍ଜନ ପଣ୍ଡା, ଶ୍ରୀ ସୁରେଶ ପାଣିଗ୍ରାହୀ, ସରପଞ୍ଚ ଶରତ କାଲୋ,ଆଡଭୋକେଟ ରୁବୁଲ ଦାଶ, ପୃଥ୍ଵୀରାଜ ପଣ୍ଡା, ମନୋଜ ଦାଶ,ଜଗଦୀଶ ସାହୁ, ସୁରେନ୍ଦ୍ର ସାହୁ, କ୍ଷୀରେଶ୍ୱର ସେଟ,ପ୍ରଦୀପ ପାଣିଗ୍ରାହୀ, ଆଦିକନ୍ଦ  ପୁରୋହିତ ଆଦି ବାରଟି ସଂଗଠନ ଯୋଗ ଦେଇ କ୍ଷୋଭ ପ୍ରକାଶ କରିଛନ୍ତି l ଆହୁରି ମଧ୍ୟ ଗୁପ୍ତ ସୂଚନାରୁ ଜଣା ପଡିଛି ଯେ  ଏହି sports complex ବୁରୋମୁଣ୍ଡା ଠାରେ ଜେ ଇ ଙ୍କ ଦ୍ୱାରା ଲେ ଆଉଟ ହୋଇ ଯାଇ ସାରିଛି l ଏ ଉପରେ ତହସିଲଦାର ଖାଲକୋ ମୁଁ ଜାଣିନାହିଁ, ବି ଡି ଓ ମୋର ଜ୍ଞାତ ନାହିଁ ମୁଁ ଜିଲ୍ଲାପାଳଙ୍କୁ କାହିଁ ଗାଇସିଲେଟରେ ନିଶ୍ଚିତ କରାଇବି ଓ R. I. ମୁଁ ତହସିଲଦାରଙ୍କ ଆଦେଶରେ ଯାଇଛି ଓ ମୋ ପାଖକୁ ଚିଠି ଆସିଛି ବୋଲି ମନ୍ତବ୍ୟ ଦେଇଥିଲେ l ଏହାକୁ ଷଡଯନ୍ତ୍ର କୁହାଯାଇପାରେ କିମ୍ବା ତହସିଲଦାର ଅଫିସରଙ୍କ ସପୋର୍ଟ କୁହା ଯାଇପାରେ l ଯାହା ଫଳରେ ଗାଇସିଲେଟ ଅଞ୍ଚଳବାସୀ ବିତରେ କଳହ ସୃଷ୍ଟି କରାଯାଉଛି l କ୍ଳକ ହେଡ଼କ୍ଵାଟର ଜାଗା ଥାଇ ଏପରି ଏକ ଅନ୍ୟୁନ କାମ କରିବା ସମ୍ପୂର୍ଣ ନିନ୍ଦନୀୟ ଅଟେ l R I ଙ୍କ କଥିତ ମୁତାବକ ତହସିଲଦାର ମଧୁଚନ୍ଦ୍ରିକା ସାଜି କାର୍ଯ୍ୟାଟି ଆସନ୍ତୋଷରେ ରହି ବାଧ୍ୟତା ଗାଇସିଲେଟରେ ହେବ ନଚେତ ବାସ୍ତରୀ ଘଣ୍ଟା ଭିତରେ କିଛି ପ୍ରତିକ୍ରିୟା ନ ମିଳିଲେ ଅନିର୍ଦ୍ଧିଷ୍ଟ ଅଫିସ ଗୁଡିକରେ ତାଳଝୁଲି କାର୍ଯ୍ୟ ବନ୍ଦ କରାଯିବାକୁ ଅଞ୍ଚଳବାସୀ ତରଫରୁ ଚେତାବନୀ ଦେଇଛନ୍ତି l ପଦ୍ମପୁରରୁ ଫ. ଦୀପଙ୍କ ରିପୋର୍ଟ