ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ୧୧ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ୧୧ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ୧୧ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ବୌଦ୍ଧ: ବୌଦ୍ଧ ଜିଲ୍ଲା ର ଘରୋଇ ଇଂରାଜୀ ମିଡିୟମ ସ୍କୁଲ ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ୧୧ତମ ବାର୍ଷିକ କ୍ରୀଡା ଉତ୍ସବ ସ୍କୁଲର ପ୍ରିନସିପାଲ ଶ୍ରୀ ବିନୟ କରଡ଼ିଆ ଙ୍କ ଅଧ୍ୟକ୍ଷତାରେ ଆଜି ଉଦ୍ଘାଟନୀ ଉତ୍ସବ ଆରମ୍ଭ ହୋଇଯାଇଛି । ଏହି କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ତହସିଲଦାର ଶ୍ରୀ କୁମୁଦ ଚନ୍ଦ୍ର ଦଳବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ମଶାଲ ମାର୍ଚ୍ଚ ର ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରୀ ରଞ୍ଜିତ ରାଉତ ଓ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଯଥା ଦୌଡ଼, ରିଂ ଦୌଡ଼,ମ୍ୟୁଜିକ ଚେୟାର,ରେଡି ଟୁ ସ୍କୁଲ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ଦେଖିବାକୁ ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ରଞ୍ଜିତ କୁମାର ରାଉତ ଓ କୃଷ୍ଣଚନ୍ଦ୍ର ସେଠୀ ପରିଚାଳନା କରିଥିବାବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି କ୍ରୀଡା ଉତ୍ସବକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।