ଚନ୍ଦ୍ରପୁରରେ ନବ ନିଯୁକ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଚନ୍ଦ୍ରପୁର ବ୍ଲକ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ରାୟଗଡ଼ା ଜିଲ୍ଲା ନବ ନିଯୁକ୍ତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ସବର ଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲ।ଏହି ଶୋଭାଯାତ୍ରା ଚନ୍ଦ୍ରପୁର ସ୍ଥିତ ମନ୍ଦିର ଛକଠାରୁ ଆରମ୍ଭ ହେଇ ଚନ୍ଦ୍ରଶେଖର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ଏଥିରେ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ବିପୁଳ ବିଜେପି କର୍ମୀ ଯୋଗ ଦେଇ ବାଦ୍ୟ ବାଜଣା ସହିତ ସ୍ୱାଗତ କରିଥିଲେ।
ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଉଲକା,ସାଂସଦ ପାର୍ଥୀ କାଳୀରାମ ମାଝୀ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରତାପ ପୁଆଲା,ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୟାଇ ଗଣପତି,ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରଜିତା କୋରଡ଼ା,ସୁଶୀଳା ସରାଫ,ଜିଲ୍ଲା ଉପସଭାପତି ଗୌରୀ ମଣ୍ଡାଙ୍ଗି,ଚନ୍ଦ୍ରପୁର ମଣ୍ଡଲ ସଭାପତି ଫକୀର,ପୂର୍ବତନ ମଣ୍ଡଳ ସୋଭାପତି ବାପି ସାହୁକାର,ମଣ୍ଡଳ ପ୍ରଭାରୀ ରୁଦ୍ର ମୁଦୁଲି,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଚୀନା କୋଣ୍ଡାଗିରି ବରିଷ୍ଠ ନେତା ମନୋଜ ପାଣିଗ୍ରାହୀ,ରଞ୍ଜନ ରଥ, ନଚିକେତା ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
