*ଚଳନ୍ତା ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା, ଭିଡିଓ ଭାଇରାଲ...*

*ଚଳନ୍ତା ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା, ଭିଡିଓ ଭାଇରାଲ...*

*କୋରାପୁଟ: ସୋମବାର ପୂର୍ବାହ୍‌ଣରେ ସେମିଳିଗୁଡା ଜନଗହଳିପୁର୍ଣ୍ଣ ରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ଏକ ଚଳନ୍ତା ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାର ସିସିଟିଭି ଭିଡିଓ ସାମାଜିକ ଗଣମାଧ୍ୟମରେ ବେସ୍‌ ଭାଇରାଲ୍‌ ହୋଇଚି। ସିସିଟିଭିରେ ଉତ୍ତୋଳିତ ଦୃଶ୍ୟ ଅନୁଯାୟୀ ପୂର୍ବାହ୍‌ଣ ପ୍ରାୟ ୧୧.୩୦ମିନିଟ୍‌ରେ ସେମିଳିଗୁଡା ଟ୍ରାଫିକ ଛକ ନିକଟରେ ଏକ ଚଳନ୍ତା ୧୬ ଚକିଆ ଟ୍ରକର ଚକାରେ ଜଣେ ଯୁବକ ଡେଇଁ ପଶିଯାଇଥିଲେ। ଟ୍ରକ୍‌ଟି ଉକ୍ତ ଯୁବକର ଶରୀର ଉପର ଦେଇ ଚାଲିଯାଇଥିଲା। ଘଟଣା ସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଥିବା ବେଳେ ଏହା ଆତ୍ମହତ୍ୟାର ଉଦ୍ୟମ ନା ମାନସିକ ସନ୍ତୁଳନ ହରାଇ ଏଭଳି କାର୍ଯ୍ୟ କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।*