ସନ ସାଇନ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ମହା ଧୁମ୍ ଧାମ୍ ରେ ପାଳିତ

ସନ ସାଇନ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ମହା ଧୁମ୍ ଧାମ୍ ରେ ପାଳିତ

ରାୟଗଡା/ପଦ୍ମପୁର:13/04/26 ( ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ )

ପଦ୍ମପୁର ବ୍ଲକ ଅନ୍ତର୍ଗତ ସନ ସାଇନ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ “ସନ ସାଇନ ସ୍ପାର୍କ-2” ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ ଶ୍ରୀ ନିହାର ରଞ୍ଜନ କହ୍ନର (ରାଜସ୍ୱ ବିଭାଗ) ଯୋଗଦେଇ ପିଲାମାନଙ୍କର ଶୃଙ୍ଖଳାକୁ ଭୁରିଭୁରି ପ୍ରଶଂସା କରିଥିଲେ। ସେ ତାଙ୍କର ଉଦବୋଧନରେ ପିଲାମାନଙ୍କୁ ସୂର୍ଯ୍ୟ ପରି ତେଜସ୍ୱୀ ହେବାକୁ ପ୍ରେରିତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ଅର୍ଚନା ପଣ୍ଡା ଉପସ୍ଥିତ ହୋଇ ପିଲାମାନଙ୍କୁ “ଛୋଟ ଛୋଟ ବୈଜ୍ଞାନିକ” ବୋଲି ବର୍ଣ୍ଣନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବିପିନ ବିହାରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ, “ଆମେ ପୃଥିବୀକୁ ଆସିଛୁ କିଛି କରି ଯିବା ପାଇଁ।”

ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ସ୍ୱାଗତ ଶେଖର ଜେନା, ସମ୍ପାଦକ ଶ୍ରୀ ସାଗର କାନ୍ତ ଜେନା, ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ସରପଞ୍ଚ ପ୍ରକାଶ କଣ୍ଡାଗରୀ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଅନିତା ମିଶ୍ର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଅନୁଷ୍ଠାନର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ଦେବବ୍ରତ ପରିଚ୍ଛl, ପ୍ରିନ୍ସିପାଲ୍ ଶ୍ରୀ ପ୍ରକାଶ କୁମାର ଲିମା ଓ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ପାଲକା ଉପସ୍ଥିତ ଥିଲେ। ଶେଷରେ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ପାଲକା ଧନ୍ୟବାଦ ଜଣାଇଥିଲେ।

ମଞ୍ଚ ପରିଚାଳନା ଶ୍ରୀ ମାଖନ ଲାଲ ସେନାପତି ଓ କଲେଜ ଉପାଧ୍ୟକ୍ଷ ଗୋପାଳ କୃଷ୍ଣ ଦାମୋଦର ସୁନ୍ଦର ଭାବେ ପରିବେଷଣ କରିଥିଲେ।

ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ କୁନି କୁନି ପିଲାମାନେ ନାଚ-ଗୀତ ମାଧ୍ୟମରେ ଦର୍ଶକମାନଙ୍କର ମନ ମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମଟିକୁ ଶ୍ୱେତା ଓ ଅର୍ପିତା ମାଡାମ ସୁଚାରୁ ଭାବେ ପରିଚାଳନା କରିଥିଲେ।

ତ୍ରିବେଣୀ ଗ୍ରୁପ ଅଫ ଇନ୍ଷ୍ଟିଟ୍ୟୁସନର ସମସ୍ତ କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ଉତ୍ସବଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶେଷରେ ସଭା କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମାପ୍ତ ହୋଇଥିଲା।

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର .