ଚିକିଟି ଗଡ଼ ଚିତ୍ରକାର ସାହିବାସିନ୍ଦା ଚାନ୍ଦା କରି ରାସ୍ତା ମରାମତି କରୁଛନ୍ତି.

ଚିକିଟି ଗଡ଼ ଚିତ୍ରକାର ସାହିବାସିନ୍ଦା ଚାନ୍ଦା କରି ରାସ୍ତା ମରାମତି କରୁଛନ୍ତି.

ଚିକିଟି ଗଡ଼ ଚିତ୍ରକାର ସାହିବାସିନ୍ଦା ଚାନ୍ଦା କରି ରାସ୍ତା ମରାମତି କରୁଛନ୍ତି ----ପ୍ରଶାସନ ନିଦାବିଷ୍ଣୁ ଚିକିଟି ଏନ. ଏ. ସି ୨ ନଂ ୱାର୍ଡ (ଚିକିଟି ଗଡ଼ )ର ଚିତ୍ରକାର ସାହିରେ ଗତବର୍ଷ ରାସ୍ତା ର ଉର୍ନତି ପାଇଁ ଏନ ଏ ସି ତରଫରୁ ଫେବର ବ୍ଲକ ବିଛା ଯାଇଥିଲା l କିନ୍ତୁ ନିମ୍ନମାନର କାମ ଯୋଗୁଁ ବିଛା ଯାଇଥିବା ଇଟା ଗୁଡିକ ବାହାରି ଭାଙ୍ଗିରୁଜି ଯିବା ସହ ସାହି ରାସ୍ତା ଖାଲ ଢିପ ହୋଇପଡ଼ିଲା l ବୟସ୍କ ମାନେ ଯିବା ଆସିବା ବେଳେ ପଡି ଖଣ୍ଡିଆ ଖାବରl ହେବା ସହ ସାହି ଭିତରକୁ ଗାଡି, ମୋଟର ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଲା l ସାହିବାସିନ୍ଦା ଚିକିଟି ଏନ ଏ ସି ନିର୍ବାହୀ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା ଙ୍କୁ ଗୁହାରି କଲେ l କେହି ଗୁହାରି ନ ଶୁଣିବାରୁ ସାହିବାସୀ ଚାନ୍ଦା କରି ସାହି ରାସ୍ତା ମରାମତି କରୁଛନ୍ତି l ତିନି ତିନି ଥର ଚିକିଟି ଏନ ଏ ସି ରାଜ୍ୟ ଏବଂ ଜାତୀୟ ସ୍ତର ରେ କେମିତି ପୁରସ୍କୃତ ହୋଇଥିଲା l ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଇଏ ହେଉଛି ଚିକିଟି ଏନ ଏ ସି ବିକାଶ ର ନମୁନା l