ଲୋକଙ୍କ ନିକଟରେ ପହଞ୍ଚି ସମସ୍ୟା ସମ୍ପର୍କରେ ବୁଝିଲେ ମହିଳା ସରପଞ୍ଚ।

ଲୋକଙ୍କ ନିକଟରେ ପହଞ୍ଚି ସମସ୍ୟା ସମ୍ପର୍କରେ ବୁଝିଲେ ମହିଳା ସରପଞ୍ଚ।
ମାଲକାନଗିରି ମାଥିଲି, ୦୧ ,୦୫ (ସମିସ) ଆଜି ଅନ୍ତର୍ଜାତୀୟ ଅବିଭାବକ ଦିବସ ଉପଲକ୍ଷେ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ପଚାରି ବୁଝିବା ସହିତ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବାକୁ ଯୁଦ୍ଧ କାଳୀନ ଭିତରେ ଚେଷ୍ଟା କରିବେ ମହିଳା ସରପଞ୍ଚ। ଆଜି ଅନ୍ତର୍ଜାତୀୟ ଅବିଭାବକ ଦିବସ ଅବସରରେ ମହିଳା ସରପଞ୍ଚ ନିଜର ପଞ୍ଚାୟତ ବାସୀଙ୍କୁ ଅବିଭାବକ ହିସାବରେ ଭାବି ନିଜ ପଞ୍ଚାୟତର ଗାଁ ଗାଁ ସାହି ସାହି ବୁଲି ସମସ୍ତ ଗୁରୁଜନ ମାନଙ୍କ ଆଶୀର୍ବାଦ ନେବା ସହ ଗାଁ ଓ ସାହି ମାନଙ୍କର ସମସ୍ୟା ତଥା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ବିଶେଷ କରି ପାନୀୟ ଜଳର ସମସ୍ୟା ଉପରେ ଗୁରୁତ୍ୱ ଦେଇ ଲୋକ ମାନଙ୍କର ମତାମତ ନେଇଥିଲେ। ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକ୍କା ପଞ୍ଚାୟତ ସରପଞ୍ଚ ରଞ୍ଜିତା ପୂଜାରୀ ଆଜି ଅନ୍ତର୍ଜାତୀୟ ଅବିଭାବକ ଦିବସ ଅବସରରେ ନିଜେ ସକାଳୁ ନିତ୍ୟକର୍ମ ସାରି ବାହାରି ପଡ଼ିଥିଲେ ନିଜ ପଞ୍ଚାୟତ ର ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନ କରିବା ପାଇଁ। ପ୍ରଥମେ ମେକ୍କା ପଞ୍ଚାୟତର ପୁରୁଣା ଦାମାପଡା ଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ତେଲୁଗୁଣି ଙ୍କ ନିକଟରେ ପହଞ୍ଚି ମାଙ୍କ ଆଶୀର୍ବାଦ ଗ୍ରହଣ କରି ବାହାରି ଥିଲେ ନିଜର ଅବିଭାବକ ବା ପଞ୍ଚାୟତ ର ଗାଁ ଓ ସାହି ମାନଙ୍କରେ ଥିବା ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଓ ସେହି ସମସ୍ୟା କିପରି ତୁରନ୍ତ ସମାଧାନ ହୋଇ ପାରିବ ଲୋକମାନେ କିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ କରି ପାରିବେ ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ସମୟରେ ମାଥିଲି ବ୍ଲକ ସଭାପତି ସଦାଶିବ ପୂଜାରୀଙ୍କ ସମେତ ବହୁ ନେତା ଓ ପଞ୍ଚାୟତର ଲୋକ ପ୍ରତିନିଧି ଦଳ ଏବଂ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ପଞ୍ଚାୟତରେ ଥିବା ସମସ୍ତ ଗାଁ ଓ ସାହି ମାନଙ୍କରେ ପରିଦର୍ଶନ କରିଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .