ଚୋରା ମାଙ୍କଡା ଗାଡି ଅଟକାଇ ବିରୋଧ କରିବାରୁ ଯୁବକଙ୍କୁ ହାତ ଗୋଟେ କାଟି ଅତି ନିର୍ମମ ଭାବେ ହତ୍ୟା, ପୋଲିସର ତଦନ୍ତ ଜାରି
ନୟାଗଡ ତା ୧୧/୫ (ଅଶୋକ କୁମାର ସାଥୁଆ )ନୟାଗଡଜିଲ୍ଲା ଓଡଗାଁରେ ବର୍ବର ହତ୍ୟାକାଣ୍ଡ, ଅତି ଅମାନୁଷିକ ଭାବେ ଯୁବକକୁ ହାତ ଗୋଡ଼ ହାଣି ହତ୍ୟା l ସୂଚନା ଅନୁଯାଇ ବିଳମ୍ବିତ ରାତିରେ ରୋହିବାଙ୍କରୁ ଓଡ଼ଗାଁକୁ ମାଙ୍କଡା ବ୍ୟବସାୟୀ ମାନେ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲଣ କରୁଥିବା ସମୟରେ ଓଡଗାଁ ଥାନା ଖେଳପଡ଼ିଆ ସlହି ଅଂଚଳର ଜଣେ ଯୁବକ ବିରୋଧ କରିବା ସହ ଚାନ୍ଦା ମାଗିବାରୁ 6ରୁ 7ଜଣ ଯୁବକ ମିଶି ଅତି ନିର୍ମମ ଭାବେ ଓଡ଼ଗାଁ କଦଳୀ ବନ୍ଧ ଛକ ଠାରେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି l ମୃତକ ଜଣକ ହେଲେ ଅଜିତ ସାହୁ,ଏପଟେ ମୃତକ ଙ୍କ ପରିବାର ପକ୍ଷରୁ ଦୀର୍ଘ ୯ ଘଣ୍ଟାଧରିରାସ୍ତାରୋକକରାଯାଇଥିଲା l ଫଳରେ କିଛି ସମୟ ପାଇଁ ଉତେଜନା ଦେଖା ଯାଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଓଡଗାଁ ପୋଲିସ, ଏସଡିପିଓ, ଉପ ଆରଖି ଅଧିକ୍ଷକ ଏପରି କି ସେଣ୍ଟ୍ରାଲ ଆଇ ଜୀ କଟକ ସତ୍ୟଜିତ ନାୟକ ପହଞ୍ଚି ଘଟଣା ତଦନ୍ତ କରିବା,ବୁଝା ସୁଝା କରିବା ସହିତ ପରିବାର ଲୋକ ଙ୍କ ଦାବି ଅନୁସାରେ ଲିଖିତ ଦେବା ପରେ ରାସ୍ତା ରୋକ ହଟି ଥିଲା l ପରେ ଓଡ଼ଗାଁ ପୋଲିସ ଶବ ଜବତ କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ର ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିବା ବେଳେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି l


admin 
