ପାଇକା ନଦୀ ରୁ ବାଲି ମାଫିଆ ବାଲି ଉଠାଇବା ପାଇଁ ଯୋଜନା..

ପାଇକା ନଦୀ ରୁ ବାଲି ମାଫିଆ ବାଲି ଉଠାଇବା ପାଇଁ ଯୋଜନା..

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତ ପୁଣ୍ଡିଲୋ ଗ୍ରାମ ପାଖ ପାଇକା ନଦୀ ରୁ ବାଲି ମାଫିଆ ବାଲି ଉଠାଇବା ପାଇଁ ଯୋଜନା ଆରମ୍ଭ କରିଥିଲେ, ମାଫିଆ ମାନେ ଜେସିପ ସାହାଯ୍ୟରେ ନଦୀ ବନ୍ଧରେ ଗଡା କରି ବାଲି ଉଠାଇବା ପାଇଁ ଯୋଜନା ଆରମ୍ଭ କରିଥିଲେ, କିନ୍ତୁ ଦିର୍ଘ 4 ବର୍ଷ ଧରି ବାଲି ନ ଉଠାଇବା ପାଇଁ ପୁଣ୍ଡିଲୋ ଗ୍ରାମ ବାସୀ ମାନେ ପ୍ରଶାସନକୁ ଲେଖି ଜଣାଇଥିଲେ, କିନ୍ତୁ ବାଲି ମାଫିଆ ଙ୍କ ଲୋଭ ହୋଇଥିଲା,ସେ ଜେସିପ ସାହାଯ୍ୟ ବାଲି ଉଠାଇବା ପାଇଁ ଯୋଜନା କରି ଥିବା ବେଳେ,ପୁଣ୍ଡିଲୋ ଗ୍ରାମ ର ମହିଳା ଓ ପୁରୁଷମାନେ ବାଲି ଘାଟକୁ ବନ୍ଦ କରିଥିଲେ , ଏବଂ ଗଡା ତିଆରି କରାଯାଇଥିଲା, ତାକୁ ମଧ୍ୟ ଖେଳାଇ ଦେଇଛନ୍ତି, ବାଲି ଘାଟରେ ନିଆଁ ଜାଳି ଘାଟ ବନ୍ଦ କରିବାକୁ କହିଛନ୍ତି, ଯଦି ଘାଟ ବନ୍ଦ ନ ରହେ, ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି, ରିପୋର୍ଟର- ସ୍ଵୟଂପ୍ରଭା ମିଶ୍ର