ଛତୁଆ କେନ୍ଦ୍ର ର ଅନିୟମିତତା  ବିରୁଦ୍ଧ ରେ ଥାନା ରେ ଏତଲା ଦେଲେ ସି.ଡ଼ି.ପି.ଓ.  .

ଛତୁଆ କେନ୍ଦ୍ର ର ଅନିୟମିତତା  ବିରୁଦ୍ଧ ରେ ଥାନା ରେ ଏତଲା ଦେଲେ ସି.ଡ଼ି.ପି.ଓ.  .

ଛତୁଆ କେନ୍ଦ୍ର ର ଅନିୟମିତତା  ବିରୁଦ୍ଧ ରେ ଥାନା ରେ ଏତଲା ଦେଲେ ସି.ଡ଼ି.ପି.ଓ. 
ଉମରକୋଟ - ନବରଙ୍ଗପୁର ଜିଲ୍ଲା ଉମରକୋଟ ଆଇ .ସି. ଡ଼ି. ଏସ. ଅଧୀନ ରେ ଆସୁଥିବା ଜାମରୁଣ୍ଡା ଠାରେ ଥିବା ମାଁ ଶଙ୍କରୀ ବିଶ୍ଵ ମହିଳା ସ୍ଵୟଂସହାୟକ  ଦଳର ଛତୁଆ ନିର୍ମାଣ କେନ୍ଦ୍ର ରେ ଅନିୟମିତତା ବିରୁଦ୍ଧ ରେ ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ବେହେରା ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ସଂଯୁକ୍ତା ଥାନା ରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ  ଦୀର୍ଘ ୧୨ ବର୍ଷ ହେଲା ଏହି ଗୋଷ୍ଠୀ ଗର୍ଭବତୀ ମହିଳା ଓ ପ୍ରସ୍ତୁତି ଶିଶୁ କିଶୋରୀ ବାଳିକାଙ୍କୁ ଛତୁଆ ଯୋଗାଇ ଆସୁଛି। କିନ୍ତୁ ଚୁକ୍ତି ନାମା ଅନୁସାରେ ଛତୁଆ ନିୟମିତ ଭାବେ ପ୍ରତିମାସରେ ଯୋଗାଣ କରିପାରୁନଥିବାରୁ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ବାରଂବାର କୈଫିୟତ ମଗାଯାଇଥିଲା। ଏବଂ ନିୟମିତ ଛତୁଆ ବଣ୍ଟନ ଓ ନିୟମିତ ବିଲ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରିବାରୁ ଏହି ସ୍ୱୟଂ ସହାୟକ ଗୋଷ୍ଠୀ କୈାଣସି ନିୟମ ପାଳନ କରିପାରିନଥିଲେ । ଛତୁଆ କେନ୍ଦ୍ର କୁ ଅଧିକାରୀ ମାନେ  ଆସି ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ର କର୍ମକର୍ତ୍ତା ଙ୍କୁ ଭୟଭିତ କରାଇଥାନ୍ତି। ଅନ୍ୟପଟେ ଏହି ଗୋଷ୍ଠି ସହ ସଂପୃକ୍ତ ଜଣେ ବ୍ୟକ୍ତି ପୂର୍ବେ ଉମରକୋଟ ସି .ଡ଼ି .ପି. ଓ. ଅଫିସ କୁ ଆସି ପୂର୍ବରୁ ପୈଠ କରାଯାଇଥିବା ବିଲ ଟଙ୍କା ଶିଘ୍ର ଦିଅ ବୋଲି ଧମକାଉଛନ୍ତି । ଉକ୍ତ ସଂୟ ସହାୟକ ଗୋଷ୍ଠୀ ରେ ସୋମବାର ଦିନ ଛତୁଆ ମିଶ୍ରଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।  ଘଟଣାକୁ ନେଇ ସି .ଡ଼ି .ପି .ଓ.  ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜଣାଇ ଥିଲେ ।  ଆଜି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ସିଡି ପି ଓ ଏବଂ ପ୍ରୋଗ୍ରାମ ଅଫିସର ସହ  ଉକ୍ତ ଏସ .ଏସ .ଜି. ପ୍ରସ୍ତୁତ କେନ୍ଦ୍ରକୁ ଯାଇଥିଲେ । ସେଠାରେ ପୂର୍ବଭଳି ତାଙ୍କ  ସହାୟକ ମଦ୍ୟପ ବ୍ୟକ୍ତି ପ୍ରସ୍ତୁତି କେନ୍ଦ୍ରରେ ପଶି କୈାଣସି ନଥିପତ୍ର ଦେଖେଇନଥିଲେ ଏବଂ କୈାଣସି ନଥିପତ୍ର ଓ ଜିନିଷ ନଦେଖାଇ ଯାହା କରିବାର ଅଛି କର ବୋଲି କହିଥିଲେ । ନଥିପତ୍ର ଓ ଜିନିଷ ନଦେଖାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ଥାନାରେ ଦେଇଥିବା ଏତାଲା ରେ ଦର୍ଶାଇ ଛନ୍ତି ସି. ଡି. ପି. ଓ.। ସେଭଳି ପରିଦର୍ଶନ ରେ ଯାଇଥିବା ଅଧିକାରୀ ଙ୍କୁ ସରକାରଙ୍କ ସମ୍ପତି କୁ ଯାଞ୍ଚ କରିବାରେ ବାଧାସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏତଲା ରେ ଅଭିଯୋଗ କରିଛନ୍ତି ସି.ଡି.ପି.ଓ.।