ବିଷାକ୍ତ ଛତୁଆ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ମୃତ୍ୟୁ।

ବିଷାକ୍ତ ଛତୁଆ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ମୃତ୍ୟୁ।

ବିଷାକ୍ତ ଛତୁଆ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ମୃତ୍ୟୁ।

ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ଗ୍ରାମର ତୁଳସୀ ନଗର ରେ ରହୁଥିବା ଶିବଶଙ୍କର ବଡ଼ମୁଣ୍ଡିଙ୍କ ପରିବାର ସମସ୍ତେ ଅଙ୍ଗନବାଡ଼ି ଦେଇଥିବା ବିଷାକ୍ତ ଛତୁଆ ଖାଇଥିଲେ।  ସୂଚନା ଯୋଗ୍ୟ ଯେ ଗତ ଶୁକ୍ରବାର ଦିନ ଅଙ୍ଗୱାଡ଼ି କେନ୍ଦ୍ରରେ ଦେଇଥିଲେ ଛତୁଆ ସେହି ଛତୁଆ କୁ ଖାଇ ପରିବାର ର ସମସ୍ତେ ଅସୁସ୍ଥ ଅନୁଭବ ହେବାରୁ ସ୍ଥାନୀୟ ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ଅବସ୍ଥାରେ ପାଞ୍ଚ ବର୍ଷ ର ତୁଳସୀ ବଡମୁଣ୍ଡି ଓ ତିନି ବର୍ଷ ର ଶିଶୁକନ୍ୟା ଗୁଣବତୀ ବଡମୁଣ୍ଡିର ମୃତ୍ୟୁ ଘଟିଛି।
ପରିବାରର ଦୁଇ ଶିଶୁ ମୃତ୍ୟୁ ପରେ ଅନ୍ୟ ଦୁଇ ଜଣ ଗୁରୁତର  ହୋଇଛନ୍ତି। 
ଆଉ ଦୁଇଜଣ ଅସୁସ୍ଥ ଅର୍ଜୁନ ବଡମୁଣ୍ଡି ଓ ସୁମିତ୍ରା ବଡମୁଣ୍ଡିଙ୍କର  ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ ତଙ୍କୁବବ୍ରହ୍ମପୁର ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ସରକାର ଅଙ୍ଗୱାଡ଼ି କେନ୍ଦ୍ର ରେ ପିଲାମାନଙ୍କ ପାଇଁ ଛତୁଆ  ପୁଷ୍ଟିକର ଖାଦ୍ୟ ଦେବାକୁ ଅନେକ ଯୋଜନା ଗୁଡିକ କରିଛନ୍ତି କିନ୍ତୁ  ପୁଷ୍ଟିକର ଖାଦ୍ୟ ଖାଇ ମୃତ୍ୟୁବରଣ ହେଉଛନ୍ତି। ଏହି ଛତୁଆ  କୋଉଠୁ ଆସିଥିଲା ଓ  ଦାୟିତ୍ଵ ଥିବା ଅଧିକାରୀ ମାନେ ଏହାକୁ ଯାଞ୍ଚ କରିଥିଲେ କି ବୋଲି ସାଧାରଣ ରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ଶିଶୁ  କଲ୍ୟାଣ ବିଭାଗ ରେ ଦାୟିତ୍ଵ ଥିବା ଅଧିକାରୀ ମାନେ ଏହି ପ୍ରତି ଦାୟୀ ରହିବେକି  ଏହି ପରିବାର ପାଇଁ। ସରକାର ଓ ଜିଲ୍ଲା ପ୍ରଶାସନର ଏହାର ଏକ ସଠିକ ତଦନ୍ତ କରିବା ଆବଶ୍ୟକ ରହିଛି।
 ଏମିତି  ଦୁଃଖଦ ଘଟଣା ଗୋଟିଏ ପରିବାର ରେ  ବିଷାକ୍ତ ଛତୁଆ ଖାଈ ଗୋଟିଏ ପରିବାର ୨ ଜଣ ଶିଶୁ ଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ହୋଇଛନ୍ତି।