ଜନ୍ମ ବେଦୀରୁ ବାହୁଡ଼ିଲେ ରତ୍ନ ବେଦୀକୁ ମହାପ୍ରଭୁ ଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ମା ସୁଭଦ୍ରା ।

ଜନ୍ମ ବେଦୀରୁ ବାହୁଡ଼ିଲେ ରତ୍ନ ବେଦୀକୁ ମହାପ୍ରଭୁ ଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ମା ସୁଭଦ୍ରା ।
ମାଥିଲି-୦୬-୦୭-୦୨୫(ଦର୍ଶନନ୍ୟୁଜ) ଗତକାଲି ପବିତ୍ର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହୋଇଛି।ନିଜର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଦୀର୍ଘ ୯ଦିନ ଧରି ରତ୍ନ ବେଦୀରୁ ନିଜର ଜନ୍ମ ବେଦୀକୁ ଆସି ନିଜର ଭକ୍ତ ମାନଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବା ପରେ ଆଜି ବାହୁଡ଼ିଲେ ରତ୍ନ ବେଦୀକୁ। ମହାପ୍ରଭୁ ଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ମ ସୁଭଦ୍ରା ନିଜର ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ୯ଦିନ ଧରି ଆଡ଼ପ ମଣ୍ଡପ ରେ ଦର୍ଶନ ଦେବା ପାଇଁ ଆସିଥାନ୍ତି।କିନ୍ତୁ ମହାପ୍ରଭୁ ନିଜର ପତ୍ନୀ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ମା ଲକ୍ଷ୍ମୀ ରୁଷ ହୋଇ ହେରା ପଞ୍ଚମୀ ଦିନ ଆସି ମହାପ୍ରଭୁଙ୍କ ରଥକୁ ଭଗ୍ନ କରନ୍ତି।ଏବଂ ମହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଶାନ୍ତ କରିବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର କୁ ଫେରି ଯାଇଥାନ୍ତି ବୋଲି ଜଗନ୍ନାଥ ସଂସ୍କୃତିରେ ଲିପିବଦ୍ଧ ହୋଇ ରହିଛି।ଆଜି ମହାପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ମା ସୁଭଦ୍ରାଙ୍କୁ ଧରି ଜନ୍ମ ବେଦୀରୁ ଆଜି ରତ୍ନ ବେଦୀକୁ ଫେରିବା ପୂର୍ବରୁ ମନ୍ଦିର ଟ୍ରଷ୍ଟ ପ୍ରଶାସନ ତରଫରୁ ପ୍ରସ୍ତୁତ ହୋଇଥିବା ରଥ ପ୍ରାପ୍ତ ୮ଟା ସମୟରୁ ୧୦.୩୦ ପର୍ଯ୍ୟନ୍ତ ସେବକ ପ୍ରଶାନ୍ତ କୁମାର ପାତ୍ର ରଥ ପୁନ ପ୍ରତିଷ୍ଠା କରିବା ପରେ ୧୨.୫ ମିନିଟ ରେ ପ୍ରଥମେ ବଡ଼ ଭାଇ ବଳଭଦ୍ର ପରେ ମା ସୁଭଦ୍ରା ଓ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡିରେ ମହାପ୍ରଭୁ ରଥା ରୂଢରେ ବିଜେ କରିଥିଲେ।ଶ୍ରୀଜୀଉ ଙ୍କ ବିଗ୍ରହ ରଥରେ ବିଜେ କରିବା ପରେ ଶ୍ରୀଜୀଉ ଙ୍କ ଆଦ୍ୟ ସେବକ ମହାରାଜା ମୁକୁନ୍ଦ ନାୟକ ଛେରାପହଁରା ଓ ଆଳତି କରିଥିଲେ।ମାଥିଲି ଜଗନ୍ନାଥ ମହାପ୍ରଭୁଙ୍କ ରଥାରୂଢ, ଛେରାପହଁରା ଓ ଆଳତି ପରେ କେଉଁ ଆବାହନ କାଳରୁ ଚାଲି ଆସିଥିବା ପରମ୍ପରା ହିସାବରେ ମାଥିଲି ଥାନା ତରଫରୁ ରଥ ଉପରେ ପ୍ରଥମ ପ୍ରସାଦ ଓ ଥାନା ଅଧିକାରୀ ଦର୍ଶନ କରିବା ବିଧି ରହିଥିବାରୁ ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଥାନା ତରଫରୁ ପ୍ରଥମେ ରଥରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଭିକ୍ଷା କରିବା ସହିତ ମାଥିଲି ଓ କାଳିଆ ଗୁଡା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିବା ପରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମହାପ୍ରଭୁଙ୍କ ଦର୍ଶମ କରି ଅଞ୍ଚଳ ର ମଙ୍ଗଳ କାମନା କରିଥିଲେ।ଏହା ପରେ ରଥ ଟଣା ଆରମ୍ଭ ହୋଇ ରାସ୍ତାରେ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଇଥିଲେ।ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ମହାପ୍ରଭୁ ରତ୍ନ ବେଦୀରେ ବିଜେ କରିଥିଲେ।ରଥଯାତ୍ରା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମାଥିଲି ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପ୍ରଶାସନ ତରଫରୁ ଅସ୍ଥାୟୀ କମିଟି ସଭନେତ୍ରୀ ତଥା ମାଥିଲି ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଙ୍କ ନେତୃତ୍ୱରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଥିଲି ତହସିଲଦାର ଚନ୍ଦନ କୁମାର ଭୋଇ ମାଜିଷ୍ଟ୍ରେଟ ଭାବରେ ଥିବା ବେଳେ ଭକ୍ତ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ପୋଲିସ କର୍ମଚାରୀ ମାନେ ନିୟୋଜିତ ହୋଇ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କୁ ଜନ୍ମ ବେଦୀରୁ ରତ୍ନ ବେଦୀରେ ବିଜେ କରିଥିଲେ।ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ମାଥିଲି ବିଡିଓ ହୃଷିକେଶ ଗଣ୍ଡ, ଅତିରିକ୍ତ ତହସିଲଦାରବ୍ରଜ ବିହାରୀ ପ୍ରଧାନ, ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଓ ମନ୍ଦିର ଟ୍ରଷ୍ଟ ସଭାପତି ତଥା ମାଥିଲି ସଦର ସରପଞ୍ଚ କାନାମ ରାଜୁ ନାୟକଙ୍କ ତତ୍ୱବାଧାନରେ ମନ୍ଦିର ମୁଖ୍ୟ ପୂଜକ ସୀମାଞ୍ଚଳ ପାତ୍ର ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ନୀତି କାନ୍ତି ନିର୍ଘଣ୍ଟ ସମୟ ସୀମାରେ ସମାପନ ହୋଇଛି।ସେଥିପାଇଁ ମୁଖ୍ୟ ପୂଜକ ଶ୍ରୀ ପାତ୍ରଙ୍କ କହିବାନୁଯାୟୀ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ସୀମା ଭିତରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଜନ୍ମ ବେଦୀରୁ ରତ୍ନ ବେଦୀରେ ବିଜେ କରିଛନ୍ତି।ମାଥିଲି ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଉପ ସଭାପତି ଏନ,ମହେଶ୍ୱର ରାଓ, ସମ୍ପାଦକ ଆଇନଜୀବୀ ସରୋଜ କୁମାର ସାହୁ (ଟୁନିଆ ଭାଇ ),ସହ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର, କୋଷାଧ୍ୟକ୍ଷ ଶିବ ପ୍ରସାଦ ପରିଛା ଓ ମୁଖ୍ୟ ଶିଳ୍ପୀ ଉପସ୍ଥିତରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରାର ନୀତିକାନ୍ତିର ସମୟ ସୀମା ଭିତରେ ଶେଷ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଛନ୍ତି।ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବହିନୀ,ବିଦ୍ୟୁତ ବିଭାଗ ଅଧିକାରୀ, ବ୍ଲକ ପ୍ରଶାସନିକ ଅଧିକାରୀ, ତହସିଲଦାର, ଅଗ୍ନିଶମ ବିଭାଗର ଅଧିକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ, ପୂର୍ତ୍ତ ବିଭାଗର ଅଧିକାରୀ, ଅବକାରୀ ବିଭାଗର ଅଧିକାରୀ, ବନ ବିଭାଗର ଅଧିକାରୀ, ମାଥିଲି ରାଜସ୍ୱ ନିରୀକ୍ଷ,ବଜାର କମିଟି ସଭାପତି ଶ୍ରୀକାନ୍ତ ଚୌଧୁରୀ ଓ କର୍ମକର୍ତା, ଡ୍ରାଇଭର ମହାସଂଘର ସଭାପତି କେ,ଶିବ ପ୍ରସାଦ ଓ କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ଅଞ୍ଚଳ ର ଜନସାଧାରଣ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ମାଥିଲି ଓ ଖଇରପୁଟ ଅଞ୍ଚଳ ର ହଜାର ହଜାର ଭକ୍ତ ସମାଗମ ହୋଇ ଥିବାରୁ ବହୁ ସ୍ୱେଚ୍ଛାସେବୀ ସଂଗଠନ କର୍ମୀମାନେ ଭକ୍ତ ମାନଙ୍କୁ ବହୁ ସହଯୋଗ କରିଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର