ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେବେ ଶିବାନୀ ଓ ରଘୁବୀର ,

ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେବେ ଶିବାନୀ ଓ ରଘୁବୀର ,

ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେବେ ଶିବାନୀ ଓ ରଘୁବୀର ,

ବାରିପଦା :- ତା - ୦୫/୦୭/୨୦୨୫ ରିଖ ସ୍ଥାନୀୟ ତକତପୁର ନିକଟସ୍ଥ ମହାରାଜପୁର ସ୍ଥିତ ଓ ଆର ଡି କେନ୍ଦ୍ରର ୨ ଜଣ ଛାତ୍ର ଛାତ୍ରୀ ଓଡିଶା ଯୋଗ ଏସୋସିଏସନ, କଟକ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ I ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର, ବାରିପଦା ଷ୍ଟାଡିୟମ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବାରୁ ସେମାନେ ଏହି ସୁଯୋଗ ପାଇଛନ୍ତି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ସାଇ ପ୍ରକାଶ ମହାନ୍ତି ଜଣାଇଛନ୍ତି I ଉଭୟେ ବାପ ଛେଉଣ୍ଡ ହୋଇଥିବା ବେଳେ ଜଣେ ୪ର୍ଥ ଶ୍ରେଣୀରେ ଭଲ ପାଠ ପଢ଼ୁଥିବା ଶିବାନୀ ସିଂ ଏବଂ ଅନ୍ୟ ଜଣକ ୩ୟ ଶ୍ରେଣୀର ମେଧାବୀ ଛାତ୍ର ରଘୁବୀର ବିନ୍ଧାଣି I ପ୍ରଥମ ଥର ପାଇଁ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରୁଥିବାରୁ ଉଭୟେ ବେଶ ଉତ୍ସାହିତ ଅଛନ୍ତି ଏବଂ ଏହା ଅନ୍ୟ ମାନଙ୍କ ପାଇଁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି ଆଶାବାଦୀ ଅଛନ୍ତି I ପାଠ ସହିତ ଶିବାନୀଙ୍କ ନୃତ୍ୟରେ ଓ ରଘୁବୀରଙ୍କ ନେତୃତ୍ୱ ନେବାରେ ଭଲ ଦକ୍ଷତା ରହିଛି I ଏହି ଅନୁଷ୍ଠାନରେ ରହୁଥିବା ପ୍ରାୟ ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଅନାଥ କିମ୍ବା ପିତା ବା ମାତାଙ୍କୁ ହରାଇଥିବା ପିଲା ରହିଛନ୍ତି ମାତ୍ର ସେମାନଙ୍କ ମଧ୍ୟରେ ପ୍ରତିଭା ରହିଛି କେବଳ ସୁଯୋଗ ଦରକାର I ସେମାନେ ଅନୁଷ୍ଠାନ ଭିତରେ ଥିବା ଅଭିରାମ ପରମହଂସ ବେଦ ବେଦାନ୍ତ ବିଦ୍ୟାଳୟରେ ପାଠ ପଢ଼ନ୍ତି I ନିଜ ପ୍ରଚେଷ୍ଟାରେ ଶ୍ରୀ ମହାନ୍ତି ପାଠ ସହ ତାଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି I ନିକଟରେ ଜାତୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀ ଆନୁକୂଲ୍ୟରେ ଆୟୋଜିତ ଏକ ନାଟକରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଛନ୍ତି I