ଜାତୀୟ ରାଜପଥ ବିଜାଘାଟି ନିକଟ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଆହତ।
ଜାତୀୟ ରାଜପଥ ବିଜାଘାଟି ନିକଟ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଆହତ।
ଦୁଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଦୁଇ ଯୁବ ସାମ୍ବାଦିକ ଓ ସମାଜସେବୀ ।
ମାଲକାନଗିରି, ତା:-୨୩/୦୮ ବିଜାଘାଟିରେ ଦୁର୍ଘଟଣାରେ ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଜନୈକ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ନେଇ ଚିକିତ୍ସା କରାଇ ଜୀବନ ବଞ୍ଚାଇଛନ୍ତି ଦୁଇ ଯୁବ ସାମ୍ବାଦିକ ଓ ସମାଜସେବୀ । ଆଜି ଅପରାହ୍ନରେ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ବିଜାଘାଟି ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଆଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ । ତାଙ୍କ ନିକଟରେ ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇ ସାହାଯ୍ୟ ଭିକ୍ଷା କରୁଥିଲେ । ଗୁରୁତର ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥା ଆଡ଼କୁ ଯାଉଥିବାର ଦେଖି ନିକଟରେ ଥିବା ଯୁବକଟି ରାସ୍ତାରେ ଠିଆ ହୋଇ ହସ୍ପିଟାଲ ନେବା ପାଇଁ ଆକୁଳ ନିବେଦନ କରୁଥିଲେ ।
ଏହି ସମୟରେ ମାଲକାନଗିରି ର ଦୁଇ ଯୁବ ସାମ୍ବାଦିକ ଜାନକି ପଟ୍ଟନାୟକ, ଚକ୍ରଧର ପଟ୍ଟନାୟକ ଓ ସମାଜସେବୀ ନାଗେଶ୍ୱର ପଟ୍ଟନାୟକ ଗଙ୍ଗଲା ରୁ ମାଲକାନଗିରିକୁ ଫେରୁଥିଲେ। ଜଣେ ଦୁର୍ଘଟଣା ଗସ୍ତ ହୋଇ ଗୁରୁତର ଆହତ ହୋଇ ଆଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ। ଆହତ ବ୍ୟକ୍ତିଙ୍କ ମୁଣ୍ଡ ମୁହଁ ଛାତିରେ ଆଘାତ ଲାଗି ଥିବାରୁ ତାଙ୍କର ଚେତା ନ ଥିଲା । ପରେ ଯୁବ ସାମ୍ବାଦିକ ଜାନକି ପଟ୍ଟନାୟକ ଆହତ ଯୁବକଙ୍କୁ ସିପିଆର ଦେଇ ପ୍ରାଥମିକ ଚିକିତ୍ସା କରିବାରୁ ଯୁବକଙ୍କର ଟିକିଏ ଚେତା ଆସିବାରୁ ସଙ୍ଗେ ସଙ୍ଗେ ନିଜ କାରରେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ହସ୍ପିଟାଲରେ ଡାକ୍ତରମାନେ ଯୁବକଙ୍କର ଚିକିତ୍ସା ଆରମ୍ଭ କରିଦେଇଥିଲେ ।
ଦୁର୍ଘଟଣା ଗସ୍ତ ଯୁବକ ରଞ୍ଜନ କୁମାର ପରିଚ୍ଛା ହୋଇଥିବାବେଳେ ସେ ପୁଲିସ ବିଭାଗରେ କାମ କରୁଥିବାର ଜଣା ପଡିଛି । ସେ ଓ ଅନ୍ୟ ଜଣେ ଯୁବକ ମାଥିଲିରୁ କାମ ସାରି ମାଲକାନଗିରିକୁ ଫେରୁଥିବାବେଳେ ପାଣ୍ଡ୍ରିପାଣି ପଞ୍ଚାୟତ ନିକଟ ବିଜାଘାଟି ନିକଟରେ ବୁଲାଣି ରାସ୍ତାରେ ଯାଉଥିବାବେଳେ ହଠାତ ଏକ ବସ ଓଭର ଟେକ କରିବାରୁ ବାଇକଟି ଭାରସାମ୍ୟ ହରାଇ ଘାଟିରେ ପଡ଼ିଯାଇଥିଲା । ଫଳରେ ରଞ୍ଜନ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିଲେ।
ମାଲକାନଗିରି ରୁ ଶିବପ୍ରସାଦ ପରିଛ ବିଶେଷ ଖବର



