ଲକ୍ଷପତି ବଣ୍ଡା ସମାଜର ମହିଳା ଦିଦିଙ୍କୁ ଭବ୍ୟ ସ୍ୱାଗତ।

ଲକ୍ଷପତି ବଣ୍ଡା ସମାଜର ମହିଳା ଦିଦିଙ୍କୁ ଭବ୍ୟ ସ୍ୱାଗତ।

ଲକ୍ଷପତି ବଣ୍ଡା ସମାଜର ମହିଳା ଦିଦିଙ୍କୁ ଭବ୍ୟ ସ୍ୱାଗତ।

ମାଲକାଗିରି  ତା ୨୨/୦୬ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ଘାଟି ର ବଣ୍ଡା ଲକ୍ଷ ପତି ଦିଦି ଙ୍କୁ ରାଜ୍ୟ ସରକାରଙ୍କ ଏକ ବର୍ଷ ର ଶାସନ ପୂର୍ତ୍ତି କେନ୍ଦ୍ର ସରକାରର ଏଗାର ବର୍ଷ ଅବସରରେ ରାଜଧାନୀ ଭୁବନେଶ୍ୱର ଠାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।ବିଭିନ୍ନ କାର୍ଯ୍ଯ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳା ମାନଙ୍କୁ ସେ ପୁରସ୍କୃତ ସହିତ ସମ୍ମାନିତ କରିବା ସହିତ ସେମାନଙ୍କୁ ଆଗକୁ ବଢିବା ଓ ସମାଜର ମୁଖ୍ୟ ସ୍ରୋତରେ ସମସ୍ତଙ୍କୁ ସାମିଲ ହେବାକୁ ଉତ୍ସାହିତ କରାଯାଇଥିଲା।ଏହି ଅବସରରେ ତିରିଶ ନମ୍ବର ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡ଼ା ଗ୍ରାମର ଆଦିମ ବଣ୍ଡା ଜନ ଜାତି ର ମହିଳା ସମାରି ଜିଗିଡି ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ବିକ୍ରୀ କରିବା, ଧାନ ଓ ପରିବା ଉତ୍ପାଦନ କରି ବିକ୍ରୀ କରି ବାର୍ଷିକ ଦୁଇ ଲକ୍ଷ ଅଶି ହଜାର ଟଙ୍କାର ଆୟ କରିପାରୁଛନ୍ତି।ଏଥିପାଇଁ ଭୁବନେଶ୍ୱର ସ୍ଥିତ ଜନ୍ତାମଇଦାନ ମଞ୍ଚରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପୁରସ୍କାର ଦେବା ସହିତ ସମ୍ମାନିତ କରିଛନ୍ତି । ଏହି ଖବର ପାଇ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନି ଓ କଦମ ଗୁଡା ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟ ନାରାୟଣ ଜିଗିଡି ସହିତ ଶହ ଶହ ବଣ୍ଡା ମହିଳା ଓ ପୁରୁଷ ମାନଙ୍କ ସହିତ ଜିଲ୍ଲାର ସମସ୍ତ ସମାଜ ଓ ବଣ୍ଡା ସମାଜ ବାଜା ବାଇଦ, ନାଚ ଗୀତ ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ। ଏହା ବଣ୍ଡା ସମାଜ ପାଇଁ ଏକ ଖୁସିର ଲହରି ଖେଳି ଯାଇଛି। ଏହି ପୁରସ୍କାର  ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବାରୁ ସମସ୍ତ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି.
ମାଲକାନଗିରି ଖଇରପୁଟ ରୁ ଶିବପ୍ରସାଦ ପରିଛା ବିଶେଷ ଖବର