ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ ଧୂମଧାମରେ ଗଣେଶ ପୂଜା ପାଳନ କରି ଛନ୍ତି
ମାଥିଲି , ୧୪।୯: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଧୂମଧାମରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ର କର୍ତ୍ତା ଭାବେ ଉପସ୍ଥିତ ରହି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ।
ପୂଜାର୍ଚ୍ଚନା ପରେ ଉପସ୍ଥିତ ଭକ୍ତ ଓ ସାମ୍ବାଦିକମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସଂଘର ସମ୍ପାଦକ ବି. ଶ୍ରୀନିବାସ ପାତ୍ର, କୋଷାଧ୍ୟକ୍ଷ ହୃଷୀକେଶ ସେଠୀ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲଙ୍କ ସମେତ ସଦସ୍ୟ ଅପୂର୍ବ ଥଣ୍ଡର, ମନୋଜ ସାହା, ଭଗବାନ ସାହୁ, ଦିଲୀପ ପଟ୍ଟନାୟକ, ଶିବ ପ୍ରସାଦ ଦାସ, ରାଜେଶ ବେପାରୀ, ରାହୁଲ ଗୋଲରୀ, ଚନ୍ଦନ ପଣ୍ଡା, କିରଣ କୁମାର, ବୁଧଦେବ ମଣ୍ଡଳ, ପଙ୍କଜ ଖରା ଓ ବିଜୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାର ବହୁ ସାମ୍ବାଦିକ ମଧ୍ୟ ପୂଜାରେ ଯୋଗଦେଇଥିଲେ।
ପ୍ରକାଶ ଥାଉକି, ଗତ ପାଞ୍ଚ ବର୍ଷ ଧରି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନିୟମିତ ଭାବେ ଗଣେଶ ପୂଜା ଆୟୋଜନ କରାଯାଇଆସୁଛି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅବ୍ୟାହତ ରଖି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଆୟୋଜନ କରାଯିବ ବୋଲି ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ର ପ୍ରକାଶ କରିଛନ୍ତି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
