ସେତୁ ନିର୍ମାଣ କୁ ମଞ୍ଜୁର ଦେଇଥିବାରୁ , ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଲଳିତ ବେହେରା ଙ୍କୁ ଧନ୍ୟବାଦ୍ ଦେଲେ ଶ୍ରୀରାମପୁର ପଞ୍ଚାୟତ ବାସୀ।
କେନ୍ଦ୍ରାପଡା ଜିଲ୍ଲା, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ, ଧୋୟାଞ୍ଚଳ ଭାବେ ପରିଚିତ, ଶ୍ରୀରାମପୁର ପଞ୍ଚାୟତ ସ୍ଥିତ ପାଳପାଟଣା ଗ୍ରାମ ନିକଟରେ ପୂର୍ବରୁ, ପଶ୍ଚିମ ଦିଗକୁ ବ୍ରାହ୍ମଣୀ ନଦୀ ବହି ଯାଇଛି l
ଗମନା ଗମନ ସୁବିଧା ନଥିବାରୁ, ଲୋକମାନେ ଡଙ୍ଗା, ଡିଙ୍ଗି ଉପରେ ନିର୍ଭର କରି ଯାତାୟତ କରିଥାନ୍ତି l
ଅନେକ ସମୟ ନଦୀରେ ବିପଦପୁର୍ଣ୍ଣ ଯାତ୍ରା କରୁଥିବାରୁ ଡ଼ଙ୍ଗା ବୁଡି ଧନ, ଜୀବନ ନଷ୍ଟ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ l
ଏତତ ବ୍ୟତୀତ କୁମ୍ଭୀର ମଧ୍ୟ ଆକ୍ରମଣ କରି, ନଦୀ କୁଳରୁ ଗାଇ, ଗୋରୁ, ଛେଳି, ମେଣ୍ଢା ଏମିତିକି ଲୋକ ଙ୍କୁ ନଦୀ ଭିତରକୁ ଅତି ନିର୍ଦ୍ଦୟ ଭାବେ ଟାଣି ନେଇଥିବା ଅଭିଯୋଗ ହୋଇ ଆସୁଥିଲା l
ଏନେଇ ଅଞ୍ଚଳବାସୀ ସ୍ଥାୟୀ ପ୍ରତିକାର ନିମନ୍ତେ ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ସରକାର ଙ୍କ ଦ୍ୱାରସ୍ତ ହୋଇଥିଲେ l
ସରକାର ଅନୁଗ୍ରହ ପୂର୍ବକ, ଲୋକଙ୍କ ସମସ୍ୟାକୁ ଦୃଷ୍ଟି ଦେଇ, ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ କରିବା ସହିତ ସରକାରୀ ମଞ୍ଜୁର ପ୍ରଦାନ କରିଛନ୍ତି l
ସୋପାନ ପରେ ସୋପାନ ଅତିକ୍ରମ କରି, ବହୁ ପ୍ରତିକ୍ଷୀତ ପାଳପାଟଣା - ମହା ସାହାଣୀ ସେତୁ ନିର୍ମାଣ ପାଇଁ ମଞ୍ଜୁରି ମିଳିଥିବାରୁ, ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି l
ଉକ୍ତ ସେତୁ ନିର୍ମାଣ ହେବାପରେ, ଆଳି, ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକ ର ୧୪ ଟି ପଞ୍ଚାୟତର ଲୋକେ ଉପକୃତ ହୋଇ ପାରିବେ l
ଖବର ରୁ ପ୍ରକାଶ ପାଳପାଟଣା - ମହାସାହାଣୀ, ଭାୟା କଦମଦାଣ୍ଡି ସେତୁ ନିର୍ମାଣ କାର୍ଯ୍ୟକ୍ରମକୁ, ଆଗେଇ ନେବା ପାଇଁ ବ୍ରାହ୍ମଣୀ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା l
କମିଟିର ସଦସ୍ୟ ଭାବେ ହରିହର ପତି, କୃଷ୍ଣ ଚନ୍ଦ୍ର ଦାଶ, ଗଣେଶ ମହାନ୍ତି, ସୁବାଶ ରାଉତ, ସୁବାଶ ଦାଶ, କଳ୍ପତରୁ ଭୂୟାଁ, ତ୍ରିଲୋଚନ ମଲ୍ଲିକ, ମହେଶ୍ୱର ପଣ୍ଡା, ଲତିତ ଧଳ, ଅନ୍ତର୍ଯ୍ୟାମୀ ସାହୁ, ସାମ୍ବାଦିକ ସନ୍ତୋଷ ପତି ପ୍ରମୁଖ, ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ସହ ନିରନ୍ତର ଯୋଗାଯୋଗ ରଖିଥିଲେ l
ଶେଷରେ ସେମାନଙ୍କ ଉଦ୍ୟମ ସଫଳ ହୋଇଛି l
ସେତୁ ନିର୍ମାଣ କାର୍ଯ୍ୟ ସ୍ଥିର ହେବା ପରେ, ବ୍ରାହ୍ମଣୀ ନଦୀରେ ଡଙ୍ଗା ସାହାଯ୍ୟରେ ବିପଦ ସଂକୁଳ ଭାବେ, ନିତିଦିନ ପାର ଉତାର ହେଉଥିବା ପଥଚାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l
ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ବନ୍ୟା ଛାଡି ଯିବାପରେ, କୁମ୍ଭୀର ମାନେ, ନଦୀ କୁଳରେ ଆଶ୍ରୟ ନେଉଥିବାରୁ, ଘାଟ ପାର ହେବାକୁ ଲୋକେ, ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି l
ଉକ୍ତ ସେତୁଟି ନିର୍ମାଣ ହେଲେ, ପଟ୍ଟାମୁଣ୍ଡାଇ ବ୍ଲକ ସଦର ମହକୁମା, ଓ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା କୁ ଜିବା ଆସିବା କରିବା ପାଇଁ, ଆଉ ଦୀର୍ଘପଥ ଅତିକ୍ରମ କରିବାକୁ ପଡିବ ନାହିଁ
ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ରାଜକନିକା, ଚାନ୍ଦବାଲି କୁ ଯାତାୟତ ପାଇଁ ୧୦ ରୁ ୧୫ କିମି ରାସ୍ତା ହ୍ରାସ ପାଇବା ସହିତ, ଭଦ୍ରକରୁ ଜାତୀୟ ଉଦ୍ୟାନ ଭିତରକନିକା କୁ ପଥ ସୁଗମ ହୋଇ ପାରିବ l
ସେଇଭଳି ସିଙ୍ଗିରି, ପତ୍ରପୁର, ମାଣିକପାଟଣା, ସହିରା, ଡାମରପୁର, ବଳଭଦ୍ରପୁର, ଶାସନ, ଓଉପଦା, ଖଣତା, ଚନ୍ଦନନଗର, ଶ୍ରୀରାମପୁର, ମଦନପୁର, ସଂସାରଫଳ, ଆଦି ୧୪ ଟି ପଞ୍ଚାୟତ ର ଅଧିବାସୀ ଉପକୃତ ହୋଇ ପାରିବେ l
ସରକାର ଲୋକ ଙ୍କ ସମସ୍ୟାକୁ ଦୃଷ୍ଟି ଦେବା ସହିତ ବିଚାରକୁ ନେଇ ପାଳପାଟଣା - ମହାସାହାଣୀ ସେତୁ ନିର୍ମାଣକୁ, ସେତୁ ବନ୍ଧନ ଯୋଜନା " ଜରିଆରେ ନିର୍ମାଣ କରିବାକୁ ସ୍ୱୀକୃତି ପ୍ରଦାନ କରିବା ସହ ଆର୍ଥିକ ଅନୁଦାନ ମଞ୍ଜୁର କରିଥିବାରୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ବୈଜୟନ୍ତ ପଣ୍ଡା, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଯୁବ ନେତା ଲଳିତ ବେହେରା ଙ୍କୁ
ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ll
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।


admin 
