ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ମଙ୍ଗଳବାର ସନ୍ଧ୍ୟା 7 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଓଡିଶା ଟ୍ରକ ମାଲିକ ମହାସଂଘର ରାଜ୍ୟ ଉପ ସଭାପତି ଭାବେ ଶିବ ପ୍ରସାଦ ମିଶ୍ର ନିର୍ବାଚିତ ହେବା ପରେ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରା ଯାଇଥିଲା l ଶ୍ରୀ ମିଶ୍ର ବୌଦ୍ଧ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ବେଳେ ରାଜ୍ୟ ଉପ ସଭାପତି ନିର୍ବାଚିତ ହେବା ପରେ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା | ଅତିଥି ଭାବେ ପଞ୍ଚଧାରା ଟ୍ରକ ମାଲିକ ସଂଘ ସମ୍ପାଦକ କୃପାସିନ୍ଧୁ ବିଶ୍ୱାଳ ଯୋଗ ଦେଇଥିଲେ | ବୌଦ୍ଧ ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ପାଦକ ବିଶ୍ୱଜିତ ମିଶ୍ର କାର୍ଯକ୍ରମ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ପଟ୍ଟନାୟକ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭାରେ ଉପଦେଷ୍ଟା ଶ୍ରୀ ସ୍ୱଧିନ ବିଶ୍ୱାଳ, କୋଷାଧ୍ୟକ୍ଷ ଇ.ଆଶିଷ ପାତ୍ର,ବରିଷ୍ଠ ସଦସ୍ୟ ଅଜୟ କୁମାର ପଣ୍ଡା ,ବିରେନ୍ଦ୍ର ମୋହନ ଗୌଡ଼ ,ସନ୍ତୋଷ କୁମାର ମହାନ୍ତି,ସନ୍ତୋଷ କୁମାର ସାହୁ, ଶୁଭେନ୍ଦ୍ର ଶତପଥୀ, ସୁରେଶ କୁମାର ସାହୁ ,ଶ୍ରୀହର୍ଷ ମିଶ୍ର ,ଇ.ବିଜୟ କୁମାର ପାତ୍ର ,ସନ୍ତୋଷ ପ୍ରଧାନ,ବାବୁଲି ପ୍ରଧାନ,ପ୍ରଭାତ ସେଠୀ,ସ୍ୱାଧୀନ କୁମାର ରାଜ୍ ,ପିନାକୀ ବିଶି ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ |