ବୁଲେଟ ସହ ଗଞ୍ଜେଇ ଉଦ୍ଧାର ଆସାମୀ ଗିରଫ .

ବୁଲେଟ ସହ ଗଞ୍ଜେଇ ଉଦ୍ଧାର ଆସାମୀ ଗିରଫ
ନୂଆଗାଁ ରୁ ବାହାରି ଜଟଣୀ ଅଭିମୁଖେ ଯାଉଥିବା ଏକ ବୁଲେଟ୍ ଗାଡ଼ିରେ ଗଞ୍ଜେଇ ଯାଉଥିବାର କୌଣସି ସୂତ୍ରରୁ ପୋଲିସ୍ ଖବର ପାଇ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସିନ୍ଦୁରିଆ ଠାରେ ଚଢ଼ାଉ କରି ଆସାମୀ କୁ ଧରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଲିଟୁ ଚରଣ ପ୍ରଧାନ ( ବୟସ - ୪୨ ) ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କୁଦ୍ଦିଆରି ଗ୍ରାମର ବାସିନ୍ଦା ଅଟେ। ଅଭିଯୁକ୍ତ ଲିଟୁ ଚରଣ ଏକ ରୟାଲ ଏନ୍ ଫିଲ୍ଡ ବୁଲେଟ - OD33Y8007 ବୁଲେଟ ସାହାଯ୍ୟରେ ୧୦kg ଭର୍ତ୍ତି ଜରି ବସ୍ତାରେ ନେଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ୍ ଖବର ପାଇ ଏସ୍ ଆଇ ସନ୍ତୋଷ କୁମାର ଦାସଙ୍କ ନେତୃତ୍ବରେ ପୂର୍ବରୁ ଛକି ରହି ସଦଳବଳେ ଲିଟୁକୁ କାବୁ କରି ନେଇଥିଲେ । ଜବତ ଗଞ୍ଜେଇର ଦାମ୍ ୨୫,୦୦୦ ଟଙ୍କା ହେବ ବୋଲି ପୋଲିସ୍ ବିଭାଗରୁ ସୂଚନା ଦିଆଯାଇଛି । ପୋଲିସ୍ ବୁଲେଟ ଓ ଗଞ୍ଜେଇକୁ ଜବତ କରିବା ସହ ଆସାମୀ ଲିଟୁକୁ ଜେଲ୍ ହାଜତ କୁ ପଠେଇଛି ।
ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର