୭ଦଫା ଦାବି ନେଇ ମାଲକାନଗିରି ଡ୍ରାଇଭର ମହାସଂଘର ଷ୍ଟେରିଂ ଛାଡ ଆନ୍ଦୋଳନ .

୭ଦଫା ଦାବି ନେଇ ମାଲକାନଗିରି ଡ୍ରାଇଭର ମହାସଂଘର ଷ୍ଟେରିଂ ଛାଡ ଆନ୍ଦୋଳନ .

୭ଦଫା ଦାବି ନେଇ ମାଲକାନଗିରି ଡ୍ରାଇଭର ମହାସଂଘର ଷ୍ଟେରିଂ ଛାଡ ଆନ୍ଦୋଳନ

ମାଲକାନଗିରି:୮/‌୭/ଓଡ଼ିଶା ଡ୍ରାଇଭର ମହାସଂଘ ସେମାନଙ୍କର ବିଭିନ୍ନ ଦାବି ନେଇ ଆଜି ୮ ଜୁଲାଇ, ୨୦୨୫ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ ଧର୍ମଘଟ ଡାକରା ଦେଇଛନ୍ତି। ମାଲକାନଗିରି ଡ୍ରାଇଭର ୟୁନିଅନ ମଧ୍ୟ ଏହି ଡ଼୍ରାଇଭର ମହାସଂଘ ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ମାଲକାନଗିରି ସଦର ଏମ ଭି ୦୩ ଡ୍ରାଇଭର ସଂଘ କାର୍ଯ୍ୟାଳୟ ଠାରେ ଧର୍ମଘଟ କରିବାର ଦେଖିବାକୁ ମିଳିଛି ।ତେବେ ଆଜି ମାଲକାନଗିରି ଡ଼୍ରାଇଭର ସଂଘ ଜିଲ୍ଲା ସଭାପତି ଚିତ୍ରସେନ ବେହେରାଙ୍କ ସମେତ ଟ୍ରକ୍ ଡ଼୍ରାଇଭର, ଟିପର ଡ଼୍ରାଇଭର, ବସ୍ ଡ୍ରାଇଭର, ଅଟୋ ଡ଼୍ରାଇଭର ଆଦି ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇ ଥିଲେ ପ୍ରକାଶ କରିଛନ୍ତି ଯେ ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରାଇଭରମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ ଅଧିକାର ପାଇଁ ଦୀର୍ଘ ଦିନରୁ ଦାବି କରାଯାଇଛି,କିନ୍ତୁ ସରକାର ତାଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କଲେ ନାହିଁ ତେଣୁ ସେହି ଦାବି ଗୁଡ଼ିକ ପୁଣି ଥରେ ସରକାରଙ୍କୁ ସୁଚେଇ ଦେବା ପାଇଁ ଯେପରିକି
୬୦ ବର୍ଷ ବୟସ  ଅବସର ପରେ ଡ୍ରାଇଭରମାନଙ୍କ ପାଇଁ ପେନସନ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରଜାଉ,ବିଶ୍ରାମଗାର, ପାର୍କିଂ ଓ ଶୌଚାଳୟ ସୁବିଧା,
ଅଟୋ-ରିକ୍ସା ଚାଳକମାନଙ୍କୁ ସାମିଲ କରିବା,ସାର୍ବଜନୀନ ବିପଦରୁ ଡ୍ରାଇଭରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ କରିବା ଓ ସେପ୍ଟେମ୍ବର ୧କୁ 'ଡ୍ରାଇଭର' ଦିବସ' ଭାବରେ ଘୋଷଣା ତଥା  ଦୁର୍ଘଟଣା ପରେ କାମ କରିବାକୁ ଅସମର୍ଥ ହେଲେ ଡ୍ରାଇଭରମାନଙ୍କ ପାଇଁ ମୃତ୍ୟୁ ଭତ୍ତା ଏବଂ କ୍ଷତିପୂରଣ ପ୍ରଦାନ କରିବା ଆଦି ଦାବି କରାଯାଇଛି।ତେବେ ଏହି ଷ୍ଟେରିଂ ଛାଡ ଆନ୍ଦୋଳନରେ ମାଲକାନଗିରି ଜିଲ୍ଲା ସମେତ ଓଡ଼ିଶାର ୫ ଲକ୍ଷରୁ ଅଧିକ ଡ୍ରାଇଭର ଏହି ଧର୍ମଘଟରେ ଯୋଗଦେବେ ବୋଲି ଆଶା କରାଯାଉଛି, ଯାହା ରାଜ୍ୟବ୍ୟାପୀ ପରିବହନ ବ୍ୟବସ୍ଥାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ।ଜରୁରୀକାଳୀନ ସେବା ଯେପରି ଆମ୍ବୁଲାନ୍ସ, ଅଗ୍ନିଶମ ଯାନ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକାରୀ ଯାନଗୁଡ଼ିକୁ ଛାଡି ଦେଲେ ବସ୍, ଟ୍ରକ୍, ମିନି-ଟ୍ରକ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଯାନବାହନ ରାସ୍ତାରେ ଚାଲିବ ନାହିଁ।ତେବେ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ପ୍ରତିକ୍ରିୟା ଦେଇନାହାଁନ୍ତି,ଧର୍ମଘଟ ଯୋଗୁଁ ଯାତ୍ରୀ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବହୁତ ଅସୁବିଧା ହେବ ବୋଲି ବୃଦ୍ଧିଜିବି ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର