ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଚମ୍ପିୟାନସିପ ( ଚାମ୍ପିୟାନ ମୟୁରଭଞ୍ଜ ଦଳରେ ପି ସି ପୁର ସ୍କୁଲର ବିଷ୍ନୁପଦ )

ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଚମ୍ପିୟାନସିପ ( ଚାମ୍ପିୟାନ ମୟୁରଭଞ୍ଜ ଦଳରେ ପି ସି ପୁର ସ୍କୁଲର ବିଷ୍ନୁପଦ )

ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଚମ୍ପିୟାନସିପ ( ଚାମ୍ପିୟାନ ମୟୁରଭଞ୍ଜ ଦଳରେ ପି ସି ପୁର ସ୍କୁଲର ବିଷ୍ନୁପଦ ) ବାରିପଦା - ତା :- ୧୧/୧୧/୨୦୨୫ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଓଡିଶା ରାଜ୍ୟ ବିଦ୍ୟାଳୟ ସ୍ପୋର୍ଟସ ଏସୋସିଏସନର ମିଳିତ ଆନୁକୂଲ୍ୟରେ ରାଜ୍ୟ ବିଦ୍ୟାଳୟ ସମୂହ ରଗବୀ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି I ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ ଆର ସି ଭିଲେଜ, ପରିସରରେ ଆୟୋଜିତ ଏହି ଚାମ୍ପିୟାନସିପରେ ମୟୁରଭଞ୍ଜ ଜିଲ୍ଲାର ୧୪ ବର୍ଷରୁ କମ ବାଳକ ବିଭାଗ ଚାମ୍ପିୟାନ ହୋଇଥିଲା I ଏହି ଦଳରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଷ୍ଣୁପଦ ମହାନ୍ତ ସାମିଲ ଥିଲେ I ସରସକଣା ବ୍ଲକ ଅନ୍ତର୍ଗତ ବାଉଁଶଡା ଗ୍ରାମର ପିତା ସ୍ବର୍ଗତ କାଶୀନାଥ ମହାନ୍ତ ଓ ମାତା ବିନିମଣୀ ମହାନ୍ତଙ୍କ ପୁତ୍ର ପିତାଙ୍କ ମୃତ୍ୟୁ ପରେ ପାଠପଢିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ I ୨୦୨୧ ମସିହାରେ ତାଙ୍କ ମା' ପି ସି ପୁର ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଛାତ୍ରାବାସରେ ୪ର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ I ପାଠପଢା ସହ ରଗବୀ ଖେଳପ୍ରତି ତାଙ୍କର ଆଗ୍ରହକୁ ଲକ୍ଷ୍ୟକରି ତତ୍କାଳୀନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସnk ସହ ଯୋଗାଯୋଗ କରି ପ୍ରଶିକ୍ଷଣର ବ୍ୟବସ୍ଥା କରିଥିଲେ I ବର୍ତ୍ତମାନ ୮ମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଚମ୍ପିୟାନ ମୟୁରଭଞ୍ଜ ଦଳରେ ଖେଳିବାର ସୌଭାଗ୍ୟ ଅର୍ଜନ କରି ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ୱାର୍ଡେନ ସରୋଜ କୁମାର ସାବତ, ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ବିଷ୍ନୁପଦକୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି I