"ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବ I
"ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବ I
ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ବୌଦ୍ଧରେ ଡିସେମ୍ବର ୦୫ ତାରିଖ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଚାଲିଥିବା "ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର"ର ଉଦ୍-ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲେପ୍ଟନାଣ୍ଟ ଡକ୍ଟର କଳ୍ପତରୁ ନାୟକଙ୍କ ତତ୍ତ୍ଵାବଧାନରେ ବୌଦ୍ଧ , ଅନୁଗୁଳ, ସମ୍ବଲପୁର ଜିଲ୍ଲାର ୧୫ଟି କଲେଜରୁ ୧୦୦ଜଣ ସ୍ଵେଚ୍ଛାସେବୀ ଏହି ଶିବିରରେ ଯୋଗ ଦେଇଥିଲେ। ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ଏହାକୁ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ହୃଦୟରୁ ସେବାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଦଶଜଣ ବିଷୟ ବିଶେଷଜ୍ଞ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦ୍-ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରବୀନ୍ଦ୍ର କୁମାର ଗୁରୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡକ୍ଟର ବିରେନ୍ଦ୍ର ବେହେରା, ସମ୍ବଲପୁର ଜିଲ୍ଲା ପ୍ରୋଗ୍ରାମ ଅଫିସର ଶାନ୍ତନୁ ପ୍ରଧାନ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ବ କରିଥିଲେ। ଶ୍ରୀଯୁକ୍ତ ପ୍ରମୋଦ କୁମାର ମେହେର ଏବଂ ସୁଶ୍ରୀ ଶାଶ୍ଵତୀ ଶ୍ଵେତଲିନା ସଭା ସଂଯୋଜନା କରିଥିଲେ। ଶ୍ରୀମତୀ ଜ୍ୟୋତିର୍ମୟୀ କହଁର, ଡକ୍ଟର ବ୍ରହ୍ମାନନ୍ଦ ନାୟକ, ମହେଶ୍ୱର ପ୍ରଧାନ, ଡକ୍ଟର ଶୁଭ୍ରଜିତ୍ ବେହେରା, ସୋମ୍ୟରଞ୍ଜନ ନାୟକ, ମୃତ୍ୟୁଞ୍ଜୟ ପ୍ରଧାନ ଆଦି ସଭା ପରିଚାଳନାରେ ସାହାଯ୍ୟ କରିଥିଲେ। ଅଧ୍ୟାପିକା କେ.ପି. ଶାଶ୍ଵତୀ ଧନ୍ୟବାଦ ଅର୍ପଣ କରିଥିଲେ।



