ଇଟାମାଟି ଥାନାରେ କର୍ମଚାରୀ ଅଭାବ  .

ଇଟାମାଟି ଥାନାରେ କର୍ମଚାରୀ ଅଭାବ  .

ଇଟାମାଟି ଥାନାରେ କର୍ମଚାରୀ ଅଭାବ 
ନୟାଗଡ଼, ୨୬.୦୫.୨୦୨୫ ( ଅଶୋକ କୁମାର ସାଥୁଆ ) 
      ନୟାଗଡ଼ ବ୍ଲକ୍ ଇଟାମାଟି ଥାନାରେ କର୍ମଚାରୀ ଅଭାବ ଯୋଗୁ ଆଇନ୍ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସମସ୍ୟା ଉପୁଜୁଥିବା ପରିଲକ୍ଷିତ ହୋଇଛି । ଦୀର୍ଘଦିନ ଧରି କର୍ମଚାରୀ ଅଭାବ ଲାଗି ରହିଥିବା ବେଳେ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ବଢୁଛି । ଏହି ଥାନା ଅଧୀନରେ ଅଛି ୨୪ ଖଣ୍ଡ ଗ୍ରାମପଞ୍ଚାୟତ । ଥାନାରେ ବର୍ତ୍ତମାନ ଅଛନ୍ତି ୪ ଏସଆଇ । ରହିବା କଥା ୫ ଜଣ । ସେହିପରି, ୩ ଜଣ ଏସଆଇ ରହିବା କଥା; କିନ୍ତୁ ବର୍ତ୍ତମାନ ଅଛନ୍ତି ମାତ୍ର ଜଣେ ।  ଏକବର୍ଷ ହେଲା ଥାନାରେ କୌଣସି ହାବିଲଦାର ନାହାନ୍ତି । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ବିଭିନ୍ନ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ସମସ୍ୟା ଦେଖାଦେଉଛି । ତୁରନ୍ତ ନିଯୁକ୍ତି ବ୍ୟବସ୍ଥା କରି ସମସ୍ୟା ଦୁର କରିବା ଲାଗି ସାଧାରଣରେ ଦାବି ହୋଇଛି । 
       ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।