ଦଧୁଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ଯୁବ ଫାର୍ମାସୀ ମହୋତ୍ସବ – 2024

ଦଧୁଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ଯୁବ ଫାର୍ମାସୀ ମହୋତ୍ସବ – 2024

ଦଧୁଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ଯୁବ ଫାର୍ମାସୀ ମହୋତ୍ସବ – ୨098 ସାମ୍ପ୍ରତିକ ସମାଜରେ ଫାର୍ମାସୀ ମାନଙ୍କ ଭୂମିକା ଅନିର୍ବାର୍ଯ୍ୟ ହୋଇପଡିଛି । ସେମାନଙ୍କ ତ୍ୟାଗ ଅତୁଳନୀୟ । ଯୁବ ଫାର୍ମାସିଷ୍ଟ ମାନେ ଏକ ନୂତନ ଓ ସୁସ୍ଥ ସମାଜ ଗଠନରେ ସାମିଲ କରିବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି । ବିଦ୍ୟା ବିହାର ସୁନ୍ଦରଗ୍ରାମ, କଟକ ସ୍ଥିତ ଦଧୂଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ହୋଇଥିବା ଦ୍ବିତୀୟ ଯୁବ ଫାର୍ମାସୀ ମହୋତ୍ସବ -୨୦୨୪ ଏବଂ ଚତୁର୍ଥ ଓଡ଼ିଶା ମେଡିକାଲ୍ ଏକ୍ସପୋ ୨୩ ଫେବୃୟାରୀରୁ ଆରମ୍ଭ ହୋଇଯାଇଛି । ଓଡିଶା ମେଡିକାଲ୍ ଏକ୍‌କ୍ସୋ ୨୦ ଫେବୃୟାରୀରେ ଉଦ୍‌ଘାଟନ ହୋଇଥିବା ବେଳେ ୨୪ ଫେବୃୟାରୀରେ ଯୁବ ଫାର୍ମାସୀ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବ ପାଳିତ ହୋଇଥିଲା । ଦେଶ ବିଦେଶରୁ ଆସିଥିବା ବିଭିନ୍ନ ପ୍ରକାରର ଅତି କୌଶଳୀ ଡାକ୍ତରୀ ଏବଂ ଫାର୍ମାସୀ ଉପକରଣ ଏବଂ ଯନ୍ତ୍ରପାତି ର କାର୍ଯ୍ୟକୁଶଳ ଏବଂ ବ୍ୟବହାର ଉପରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ଜ୍ଞାନ ଅର୍ଜନ କରିଥିଲେ । ଭାରତରେ ଏପରି ଏକ ସମ୍ମଳନ ଦ୍ଵିତୀୟ ଥର ପାଇଁ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫୦ ଫାର୍ମାସୀ କଲେଜ, ୧୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ୨୦୦ ଅଧ୍ୟାପକ ଅଧ୍ୟାପିକା, ୩୦ ପ୍ରକ୍ଷାତ ବକ୍ତା ଯୋଗଦେଇ ଆୟୋଜିତ ହୋଇଥ‌ିବା ବିଭିନ୍ନ ପ୍ରକାରର ଯୁବ ଦକ୍ଷତା ବିକାଶ ବିଷୟବସ୍ତୁ ଉପରେ ଜ୍ଞାନ ଅର୍ଜନ କରିଥିଲେ । ଦଧୂଚି ସମୂହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ଼. ମନୋଜ କୁମାର ଦାଶ ଏବଂ ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥୁ ପ୍ରଫେସର ଡ଼ି. ପ୍ରମୋଦ ୟିଓଲେ, ଭାଇସ୍ ପ୍ରେସିଡେ ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ନୂଆ ଦିଲ୍ଲୀ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର ଡ୍ରଗ୍ କଲର ଓଡିଶା, ସମ୍ମାନୀତ ଅତିଥୁ ପ୍ରଫେସର ଡ଼. ଉମାକାନ୍ତ ଶତପଥୀ, ଆଡିସିନାଲ୍ ଡ଼ିଏମ୍‌ଇଟି ଓଡିଶା, ଶ୍ରୀଯୁକ୍ତ ଏସ୍. ସତ୍ୟନାରାୟଣ ଚେୟାର୍‌ମ୍ୟାନ୍ ଓପିସିଏ (ଓପ୍‌କା), ଶ୍ରୀଯୁକ୍ତ ଧର୍ମେନ୍ଦ୍ର ସିଂ, ଇସି ମେମ୍ବର ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ବିଶିଷ୍ଟ ଅତିଥୁ ପ୍ରଫେସର ଡ଼ି ସଚ୍ଚିଦାନନ୍ଦ ମହାନ୍ତି, ଡିଏମ୍ଇଟି ପ୍ରମୁଖ ଯୋଗଦେଇ

କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥ୍ ତାଙ୍କ ବକ୍ତବ୍ୟରେ ଫାର୍ମାସିଷ୍ଟ ମାନେ ସମାଜରେ ଗୁରୁ ଦାୟିତ୍ବ ତୁଲାଉଛନ୍ତି, ଯେଉଁଥ୍ ପାଇଁ ଭାରତ ସରକାର ଫାର୍ମାସୀ ପାଠ୍ୟକ୍ରମକୁ ବହୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ । ଫାର୍ମାସୀ କଲେଜର ଅଧ୍ୟକ୍ଷ ଡ଼. ରଜତ କୁମାର କର ଅତିଥି ମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଦୂରଦର୍ଶୀ ସମ୍ପର୍କରେ ସୂଚନା ଦେଇଥିଲେ । ପାନେଲ୍‌ ସ୍ପିକର ଶ୍ରୀଯୁକ୍ତ ସଙ୍କେତ କୁମାର ପାତ୍ର, ପ୍ରୋଗ୍ରାମ ମ୍ୟାନେଜର ଟେକ୍ ମହିନ୍ଦ୍ରା, ଡ଼. ଭେଙ୍କଟ ରାଓ, ପ୍ରଫେସର କମ୍ୟୁନିଟି ମେଡିସିନ୍, ଆଇଏସ୍ଏସ୍ ସମ୍ ହସ୍ପିଟାଲ୍, ଶ୍ରୀଯୁକ୍ତ ନବିନ ମହାପାତ୍ର, ସେକ୍ରେଟାରୀ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଫାର୍ମାସିଷ୍ଟ, ରନ୍ଧାକର ଶତପଥୀ, ସାଇକୃଷ୍ଣ ପାଢୀ, ଶ୍ରୀଯୁକ୍ତ ସତ୍ୟବ୍ରତ ଗିରି, ଆସିଷ୍ଟା• ଡ୍ରଗ୍ କଲର, ଶ୍ରୀଯୁକ୍ତ ସୁବାଷ କୁମାର ସାହୁ, ଆସିଷ୍ଟା. ଡାଇରେକ୍ଟର ଏସ୍ଏସ୍ଏମ୍ ଇଡିଏଫ୍‌ଓ, କଟକ ଏବଂ ଶ୍ରୀଯୁକ୍ତ ରମାକାନ୍ତ ପାଣିଗ୍ରାହୀ, ଜିଏମ୍ ଏବିସି ଫାର୍ମାସିୟୁଟିକାଲ୍‌ସ ପ୍ରମୁଖ ଯୋଗଦେଇ ଲିଜେଣ୍ଡାରୀ ଟକ୍ ସୋ, ସ୍କିଲ୍