'ଭାରତ କୌଣସି ଧର୍ମଶାଳା ନୁହେଁ, ଯେଉଁଠି ଦୁନିଆର ସବୁ ଲୋକଙ୍କୁ ଶରଣ ଦେବୁ'; ସର୍ବୋଚ୍ଚ ଅଦାଲତଙ୍କ କଡ଼ା ଟିପ୍ପଣୀ.
'ଭାରତ କୌଣସି ଧର୍ମଶାଳା ନୁହେଁ, ଯେଉଁଠି ଦୁନିଆର ସବୁ ଲୋକଙ୍କୁ ଶରଣ ଦେବୁ'; ସର୍ବୋଚ୍ଚ ଅଦାଲତଙ୍କ କଡ଼ା ଟିପ୍ପଣୀ ଭାରତ କୌଣସି ଧର୍ମଶାଳା ନୁହେଁ ଯେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଲୋକ ଆସି ଏଠାରେ ଶରଣ ନେବେ । ଶ୍ରୀଲଙ୍କାର ଜଣେ ନାଗରିକଙ୍କ ଶରଣ ଆବେଦନକୁ ଖାରଜ କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ଦୁନିଆର ବିଭିନ୍ନ ସ୍ଥାନରୁ ଆସୁଥିବା ବିଦେଶୀଙ୍କୁ ଭାରତରେ ଶରଣ ଦେବା ସମ୍ଭବ ନୁହେଁ । କାରଣ ଆମ ଦେଶରେ ୧୪୦ କୋଟି ଲୋକ ସଂଘର୍ଷ କରୁଛନ୍ତି ।
