ଦି ଷ୍ଟୋନ ୱାଲ ଆନୁକୂଲ୍ୟରେ 'ଅଵ୍ୟକ୍ତ'ଭାସ୍କର୍ଯ୍ୟ କଳା ଶିବିର ଉଦଘାଟିତ.
ଦି ଷ୍ଟୋନ ୱାଲ ଆନୁକୂଲ୍ୟରେ 'ଅଵ୍ୟକ୍ତ'ଭାସ୍କର୍ଯ୍ୟ କଳା ଶିବିର ଉଦଘାଟିତ ନୟାଗଡ - ଅଶୋକ କୁମାର ସାଥୁଆ date- 19-5-2025
କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ, ଭୁବନେଶ୍ବର ଓ ଦି ଷ୍ଟୋନ ୱାଲ ଆନୁକୁଲ୍ୟରେ "ଅବ୍ୟକ୍ତ" ଏକ ଭାସ୍କର୍ଯ୍ୟ କଳା ଶିବିର ନୟାଗଡ ସ୍ଥିତ ଦି ଷ୍ଟୋନ ୱାଲ ଷ୍ଟୁଡିଓରେ ଉଦ୍ଘାଟନ ହୋଇଯାଇଛି। ଉଦ୍ଘାଟନ ଉତ୍ସବ ରେ ଶ୍ରୀ ଇଂ ଦେବାଶିଷ ପଟ୍ଟନାୟକ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଓ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଅଧକ୍ଷ୍ୟ ତାରlକାନ୍ତ ପରିଡ଼ା ଓ କଲେଜ ର ଅଧ୍ୟାପକ ରଘୁନାଥ ସାହୁ ଇତ୍ୟାଦି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରଟିକୁ ଉଦ୍ଘାଟିତ କରିଥିଲେ ଏବଂ ଶିବିର ରେ ଭାଗ ନେଇଥିବା ବିଶିଷ୍ଠ ଶିଳ୍ପୀ ଓ ଯୁବ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଭାସ୍କର୍ଯ୍ୟ କଳା ଶିବିରରେ ଭାଗ ନେଇଥିବା କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ୩ ଜଣ ଅଧ୍ୟାପକ ବିଶ୍ବ ରଞ୍ଜନ କର, ମନୋରଞ୍ଜନ ଦାସ, ପ୍ରଶାନ୍ତ କୁମାର ମିଶ୍ର ଓ ୧୨ ଜଣ ଛାତ୍ର ଛାତ୍ରୀ ଯଥା ଅମରେଶ ଦାସ, ସ୍ଵାତୀ ସାଗରିକା କାନ୍ଦି, ଶୁଭଲକ୍ଷ୍ମୀ ରାଉତ, ସ୍ମୃତି ରଞ୍ଜନ ସ୍ବାଇଁ, ସନ୍ତୋଷ ଦାସ, ପୂଜାରାଣୀ ଦାସ, ଶୁଭଦୀପ ମହାରଣା, ହିମାଂଶୁ ଭୋଇ, ଏସ. ଶିବା, ରୁଦ୍ର ନାରାୟଣ ବେହେରା, ସଞ୍ଜୟ କୁମାର ସାହୁ ଓ ତ୍ରିଲୋଚନ ମହାରଣା ଇତ୍ୟାଦି ପଥର ରେ ବିଭିର୍ନ ସମସାମୟିକ କଳାକୃତି ତିଆରି କରିବେ ବୋଲି ପ୍ରକାଶ କରିଛନ୍ତି ।
ଏ ଭଳି ଏକ ନୂତନ ବା ସୁନ୍ଦର କାର୍ଯ୍ୟକ୍ରମକୁ ସ୍ଥାନୀୟ କଳା ପ୍ରେମୀ ମାନେ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଶେଷରେ ଶିବିରର ପରିଚାଳକ ଗୋପାଳ କୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରଟି ଆସନ୍ତା ୨୫ ତାରିଖ ରେ ଶେଷ ହେବ ବୋଲି ଆୟୋଜକ ମାନେ ଜଣାଇଛନ୍ତି ।
ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର