ବିଜାପୁର ଜିଲ୍ଲାରେ ଲେଣ୍ଡମାଇନ ବିସ୍ଫୋରଣ .

ବିଜାପୁର ଜିଲ୍ଲାରେ ଲେଣ୍ଡମାଇନ ବିସ୍ଫୋରଣ  .

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲେଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଜବାନ ଗୁରୁତର। ବିଜାପୁର ଭୋପାଲପାଟନମ ଜାତୀୟ ରାଜପଥରେ ନକ୍ସଲମାନେ ଜବାନଙ୍କ ଏକ ପିକ୍ ଅପ୍ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଗୋର୍ଲା ନାଲା ଗାଁ ନିକଟରେ ମାଓବାଦୀ ମାନେ ଏହି ଲେଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ପରେ ମାଓବାଦୀ ମାନେ ଯବାନଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଛନ୍ତି । ଏହି ଘଟଣାରେ ଦୁଇ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆହତ ଯବାନଙ୍କୁ ଅନ୍ୟ ସାଥି ଯବାନ ମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ଲାଗି ସ୍ବାସ୍ତ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ସେବା ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି।

ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି .