ଦ୍ୱୀପ ତଳ ଅନ୍ଧାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ବିଧବା ମହିଳାଙ୍କୁ ମିଳିନି ଆବାସ ଘର।

ଦ୍ୱୀପ ତଳ ଅନ୍ଧାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ବିଧବା ମହିଳାଙ୍କୁ ମିଳିନି ଆବାସ ଘର। ମାଲକାନଗିରି ଜିଲ୍ଲା ମାଥିଲି,୨୧,୦୫ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ, ନିରଶ୍ରୟ ଓ ବିଧବା ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି।କିନ୍ତୁ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି ମାନଙ୍କ ଉଦାସୀନତା ପାଇଁ ସରକାରଙ୍କ ଯୋଜନା ଗୁଡିକ ଭିନ୍ନକ୍ଷମ, ନିରଶ୍ରୟ ଓ ବିଧବା ମହିଳା ମାନଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ପରିବର୍ତ୍ତନ ହେଉ ନାହାନ୍ତି ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧି।ପଞ୍ଚାୟତ ଉନ୍ନତି ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ରେ ଖସଡ଼ା ପ୍ରସ୍ତୁତି ହେଉ ଥିବା ବେଳେ ସେହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଜଣେ ବିଧବା ନିରାଶ୍ରୟ ମହିଳାଙ୍କ ଉପରେ ନଜର କିପରି ପଡୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏପରି ଚିତ୍ର ଦେଖିବକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଜଣେ ନିରାଶ୍ରୟ ହରିବଲା ଚାଲାଣ ନାମକ ବିଧବା ମହିଳାଙ୍କ ଉପରେ ପଞ୍ଚାୟତ ଲୋକ ପ୍ରତିନିଧି, ପଞ୍ଚାୟତ ର ଅଧିକାରୀ ଓ ପଞ୍ଚାୟତ କୁ ଅସୁବିଧା ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ନଜର କିପରି ଭାବରେ ପଡୁ ନାହିଁ ବୋଲି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ନେବାରୁ ହରିବଲା ଙ୍କ ସ୍ୱାମୀ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିବା ସମୟରେ ଦୀର୍ଘ ବର୍ଷ ହେବା ତାଙ୍କର ଅକାଳ ବିୟୋଗ ହେବା ପରେ ପତ୍ନୀ ହରିବଲା ନିରାଶ୍ରୟ ହୋଇ ଏକାକୀ ଜୀବନ କାଟୁଛନ୍ତି।ନିଜର ଘର ବାଡ଼ି ଜାଗା ନଥିବାରୁ ସ୍ୱାମୀ ଥିବା ସମୟରେ ଦୁଇ ଜଣ ଯାକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଛୋଟିଆ କୁଡ଼ିଆ ଟିଏ କରି ଦୁଇ ଜଣ ଜେନେ ତେନେ ତାଙ୍କର ତେଲ ଲୁଣ ସଂସାର କୁ ଚଳାଇ ଥିଲେ।କିନ୍ତୁ ସ୍ୱାମୀ ଅରପାରିକୁ ଚାଲି ଯିବା ପରେ ହରିବଲା ଏବେ ଏକାକୀ ଜୀବନ ଯାପନ କରୁଛନ୍ତି।ସରକାରୀ ସୁବିଧା କହିଲେ ପିଡ଼ିଏସ ଚାଉଳ ଓ ବିଧବା ଭତ୍ତା ଖଣ୍ଡେ ଦେଇ ପ୍ରଶାସନ ପକ୍ଷରୁ ତାର କାର୍ଯ୍ୟ ସାରି ଦେଇଛି।କିନ୍ତୁ ସରକାରଙ୍କ ଆବାସ ଯୋଜନାରେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ବି ଯୋଗାଇ ଦେଇ ନାହିଁ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ।ସେହି ଭଙ୍ଗା ଦଦରା ଘରେ ନିଜର ଜୀବନ କାଟୁଛି ହରିବଲା।ଯେତେ ଗୁହାରି କରିଲେ କେହି ବି ଶୁଣୁ ନାହଁନ୍ତି ବୋଲି କୋହ ଭରା କଣ୍ଠରେ ଆମକୁ କହିଥିଲେ ବିଧବା ହରିବଲା।ତାହେଲେ ସରକାରଙ୍କ ଯୋଜନା ଗୁଡିକ କାହା ସ୍ୱାର୍ଥରେ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଆମେ ଏହି ବିଷୟରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷିକେଶ ଗଣ୍ଡଙ୍କୁ ଅବଗତ କରିବା ପରେ ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ ନିଶ୍ଚିତ ଭାବରେ ହରିବଲା ଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଟିଏ ଯୋଗାଇ ଦିଆଯିବ।କିନ୍ତୁ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଗଣ୍ଡ ବଦଳି ପରେ ଡାକ୍ତର ହିମାଞ୍ଚଳ ମାଝୀ ପରି ଜଣେ ଦକ୍ଷ ବ୍ଲକ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ତାଙ୍କର ମଧ୍ୟ ବଦଳି ହୋଇ ଗଲାଣି କିନ୍ତୁ ହରିବଲା କୁ ଆଜି ପର୍ଯ୍ୟନ୍ତ ଆବାସ ଘର ଖଣ୍ଡେ ମିଳିଲା ନାହିଁ।ଏବେ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ପ୍ରମୋଦ କୁମାର ବେହେରାଙ୍କୁ ହରିବଲା ବିଷୟରେ କହିବା ପରେ ବର୍ତ୍ତମାନ ଆବାସ ଯୋଜନାରେ ଗାଁ ଗାଁ ରେ ସର୍ଭେ ଚାଲିଛି।ଏବଂ ହରିବଲାର ମଧ୍ୟ ସର୍ଭେ ଲିଷ୍ଟ ରେ ନାମ ଅଛି।ନୂଆ ଆବାସ ଯୋଜନାରେ ଘର ଆସିଲେ ତାଙ୍କର ନିଶ୍ଚିତ ଭାବରେ ଆବାସ ଘର ଟିଏ ମିଳିବ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।ତଥାପି ହରିବଲାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତର ସହ ନେଇ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ରୁ ଶିବପ୍ରସାଦ ପରଛା ବିଶେଷ ଖବର .

ଦ୍ୱୀପ ତଳ ଅନ୍ଧାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ବିଧବା ମହିଳାଙ୍କୁ ମିଳିନି ଆବାସ ଘର।