୧୦୦୦ କିଲୋ ଗଂଜେଇ ଜବତ,ଦୁଇ ଜଣ ଗିରଫ ମୁଖ୍ୟ ଅଭିଯୁକ୍ତ ଫେରାର।
୧୦୦୦ କିଲୋ ଗଂଜେଇ ଜବତ,ଦୁଇ ଜଣ ଗିରଫ ମୁଖ୍ୟ ଅଭିଯୁକ୍ତ ଫେରାର।
ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ୧ ଟୋନ ଗଂଜେଇ ଜବତ କରାଯିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମେ ଗତକାଲି ରାତିରେ ଏସଆଇ କେ.ବେହେରାଙ୍କ ନେତୃତ୍ବରେ ହାବିଲଦାର ମିହିର କୁମାର ସାମର,କନେଷ୍ଟବଲ ଲକ୍ଷ୍ମଣ ମାରାଣ୍ଡି,ପଦ୍ମା ନାୟକ ପ୍ରମୁଖ ଗୌଡଗୁଡା ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ବଲେରୋ ଗାଡି କ୍ଷୀପ୍ର ଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ପଚରାଉଚରା କରିଥିଲେ। ଏହାପରେ ପରେ ଆଉ ଏକ ପିକ୍ ଅପ ଭ୍ୟାନ ଆସିଥିଲା। ସେହି ଗାଡିକୁ ମଧ୍ୟ ଅଟକାଇ ପୁଲିସ ଯାଞ୍ଚ କରିବା ପରେ ସେଥିରୁ ୧ ଟୋନ ଗଂଜେଇ ଜବତ କରାଯାଇଥିଲା। ତେବେ ବଲେରୋ ଗାଡିଟି ପିକ ଅପ ଭ୍ୟାନକୁ ରାସ୍ତା ଦେଖାଉଥିଲା। ଆଗରୁ ଭି ପୋଲିସ ଏହି ଗଞ୍ଜେଇ ମାଫିଆ ପରେଶ୍ ବିଶ୍ୱାସ କୁ ବହୁ ଥର ଧରିବାକୁ ଚେଷ୍ଟା ଚଲେଇ ଥିବାବେଳେ ପୋଲିସ ହେଲେ ପୋଲିସ ଆଖିରେ ଧୂଳିଦେଇ ଚକ୍ଷ୍ମା ମାରୀମାରେ ସଫଳ ହଉଥିଲା କିନ୍ତୁ ମାଲକାନଗିରି ପୋଲିସ ଆଇ.ଆଇ.ସି ରିଗାନ୍ କିଣ୍ଡୋ ଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଗଠନ କରି ପେଟ୍ରୋଲିଂ ସମୟରେ ଏକ ଟନ୍ ଗଞ୍ଜେଇ ସହ ଦୁଇଟି ଗାଡି ଓ ଦୁଇଜଣ କୁ ଧରିଥିଲେ ଏହି ଗଂଜେଇ ଚାଲାଣ କରୁଥିବା ଆସାମୀ ମାନେ ହେଲେ ଏମଭି-୩୨ ଗ୍ରାମର ସୁଜନ ବେପାରୀ ଏବଂ ଏମପିଭି-୮୧ ଗ୍ରାମର ସୁଦେଶ ମିସ୍ତ୍ରୀ। ଏମାନଙ୍କ ଠାରୁ ପୁଲିସ ୩ଟି ମୋବାଇଲ ଫୋନ,ନଗଦ ୧୨୯୦ ଟଂକା ଜବତ କରିଛି। ବଲେରୋ ଏବଂ ପିକଅପ ଭ୍ୟାନକୁ ମଧ୍ୟ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଂକାର ବୋଲି ଜଣାପଡିଛି। ଆଜି ଦୁଇ ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମାଷ୍ଟର ମାଇଣ୍ଡ ଗଞ୍ଜେଇ ମାଫିଆ ପୋରେଶ ବିଶ୍ୱାସ ଫେରାର ଥିବା ବେଳେ ପୋଲିସ ଅତି ଶୀଘ୍ର ଫେରାର ପରେଶ୍ ବିଶ୍ୱାସ କୁ ଧରା ଜୀବ ବଲି ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି
Editor
May 23, 2025 - 16:03
Updated: May 23, 2025 - 16:04