ଧଳପୁର ମହାନଦୀ ବ୍ରିଜ ନିକଟରୁ ୬୦ କେଜି ଓ ଶାକୁସିଙ୍ଗା ଠାରୁ ୪୦ କେଜି ଗଂଜେଇ ଜବତ ମାମଲାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ.

ଧଳପୁର ମହାନଦୀ ବ୍ରିଜ ନିକଟରୁ ୬୦ କେଜି ଓ ଶାକୁସିଙ୍ଗା ଠାରୁ ୪୦ କେଜି ଗଂଜେଇ ଜବତ ମାମଲାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ମହାନଦୀ ବ୍ରିଜ ନିକଟରୁ ଗୁରୁବାର ଭୋର ସକାଳୁ ୬୦ କେଜି ଗଂଜେଇ ଜବତ ମାମଲାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ସଦର ରେଞ୍ଜା ଅବକାରୀ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ବୌଦ୍ଧ ଅବକାରୀ ସଦର ରେଞ୍ଜ ଇନ୍ସପେକ୍ଟର ଗଦାଧର ମହାରଣାଙ୍କ ନେତୃତ୍ୱରେ ଏକ ଟିମ୍ ଧଳପୁର୍ ମହାନଦୀ ବ୍ରିଜ ରାସ୍ତାରେ ଚଢାଉ କରିଥିଲା l ଏକ ଟାଟା ଟାଇଗର କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ବାହାରି ଥିଲା ଓ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବାରୁ ତାହା ୬୦ କେଜି ହୋଇଥିଲା | କାରରେ ଥିବା ବୌଦ୍ଧ ଥାନା ବନ୍ଧାପଥର ଗ୍ରାମର ନିରଞ୍ଜନ ସାହୁଙ୍କୁ ଗିରଫ କରିଥିଲା l ଏବଂ ଅନ୍ୟ ଏକ ଘଟଣା ରେ ଶାକୁସିଙ୍ଗା ନିକଟରୁ ୪୦ କେଜି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ,ଜାମପାଲି ଗ୍ରାମର ଚତୁର୍ଭୁଜ ଭୋଇ ଙ୍କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଏନଡିପିଏସ ଆକ୍ଟରେ ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି | ଏହି ଟିମରେ ଗଦାଧର ମହାରଣା,

ଧଳପୁର ମହାନଦୀ ବ୍ରିଜ ନିକଟରୁ ୬୦ କେଜି ଓ ଶାକୁସିଙ୍ଗା ଠାରୁ ୪୦ କେଜି ଗଂଜେଇ ଜବତ ମାମଲାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ.