ଲଭ୍ ସେକ୍ସ୍ ଧୋକା I
ଲଭ୍ ସେକ୍ସ୍ ଧୋକା I
ବରଗଡ଼ ରୁ ଆସିଲା ଲଭ୍,ସେକ୍ସ୍ ,ଧୋକା ଘଟଣା। ବିବାହର ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ । ପ୍ରେମିକ ଠାରୁ ଧୋକା ପାଇବା ପରେ ନ୍ୟାୟ ପାଇଁ ବରଗଡ଼ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରଗଡ଼ ଟାଉନ୍ ଥାନା ଅଞ୍ଚଳର ଜଣେ ଯୁବତୀ । ଏହା ପୂର୍ବରୁ ସେ ଟାଉନ୍ ଥାନାରେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଟାଉନ୍ ଥାନା ଅଧିକାରୀ ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି। ବରଗଡ଼ ଟାଉନ୍ ଥାନା ଅଞ୍ଚଳର ଯୁବକ ବିଜୟ କୁମାର ଚୌଧୁରୀଙ୍କ ସହ ପୀଡ଼ିତା ଯୁବତୀଙ୍କ 2018 ମସିହାରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଗୋଟିଏ ପଡ଼ାର ହୋଇଥିବା ବେଳେ ବିବାହର ପ୍ରତିଶୃତି ଦେଇ ବାରମ୍ବାର ତାଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି। ତେବେ ଯୁବକ ଜଣଙ୍କ ଏବେ ତାଙ୍କୁ ବିବାହ ପାଇଁ ମନା କରିଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଏସପି ଙ୍କୁ ଗୁହାରି କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସର ପ୍ରତିକ୍ରିୟା ମିଳପାରିନାହିଁ।
ବାଇଟ - ଯୁବତୀ ବରଗଡରୁ ଜିଲ୍ଲା ପ୍ରତି ନିଧି ନାରାୟଣ ବେହେରାଙ୍କ ରିପୋର୍ଟ ବିଶେଷ ଖବର



