ମୁନିଗୁଡ଼ାରେ ହେବ ଦୁଇଶହ ବେଡ଼ ଏସି ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ,ବିଧାୟକଙ୍କ ଉଦ୍ୟମକୁ ବ୍ଲକ କଙ୍ଗ୍ରେସର କୃତଜ୍ଞତା।

ମୁନିଗୁଡ଼ାରେ ହେବ ଦୁଇଶହ ବେଡ଼ ଏସି ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ,ବିଧାୟକଙ୍କ ଉଦ୍ୟମକୁ ବ୍ଲକ କଙ୍ଗ୍ରେସର କୃତଜ୍ଞତା।
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ପ୍ରାୟ ଶତକଡା ୨୩ଭାଗ ହରିଜନ ସମ୍ପ୍ରଦାୟର ଅଟନ୍ତି। ସମସ୍ତ ଅଭିଭାବକ ମାନଙ୍କ ଇଛା ସହରାଞ୍ଚଳରେ ପିଲାଙ୍କୁ ପାଠ ପଢାଇବାକୁ। ଅର୍ଥାଭାବରୁ ପାଇବାକୁ ସକ୍ଷମ ହୋଇପାରୁ ନାହାଁନ୍ତି।ଏ ଦୃଷ୍ଟିରୁ ମୁନିଗୁଡା ସଦର ମହକୁମାରେ ହରିଜନ ଶ୍ରେଣୀର ପିଲାମାନେ ରହି ପାଠ ପଢ଼ିବାକୁ ହଷ୍ଟେଲ ଖଣ୍ଡେ ନଥିବାରୁ ଏହି ସମ୍ପ୍ରଦାୟର ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିପାଇଁ ବ୍ଲକ କଙ୍ଗ୍ରେସ କମିଟିର ସଭାପତି ନିଳାମ୍ବର ଵିଭାର ଦୀର୍ଘଦିନ ହେବ ବିଜେଡି ବିଧାୟକ ମନ୍ତ୍ରୀଙ୍କୁ ଅନୁରୋଧ କରି ଆସୁଥିଲେ। ଏବେ ବିଧାୟକ ନୀଳମାଧଵ ହିକକା ହଷ୍ଟେଲର ଆବଶ୍ୟକତାକୁ ଉପଲବ୍ଧ କରି ଵିଜେପି ସରକାରଙ୍କର ଆଦିବାସୀ ଓ ହରିଜନଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଚିଠି କରିଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ହଷ୍ଟେଲ ପାଇଁ ସବୁଜ ସଙ୍କେତ ଦେଇଛନ୍ତି।ଵିଧାୟକଙ୍କର ଉଦ୍ୟମ ତଥା ମନ୍ତ୍ରୀଙ୍କ ପ୍ରତିଶୃତି ପାଇଁ ମୁନିଗୁଡା ବ୍ଲକ କଙ୍ଗ୍ରେସ ପକ୍ଷରୁ କୃତଜ୍ଞତା ଜଣାଇବା ସହ, ଗରିବ ଶ୍ରେଣୀର ପିଲମାନଙ୍କ ପାଠପଢ଼ା ଓ ଭବିଷ୍ୟତ ଉଜ୍ଜଳ ହେବାକୁ ଯାଉ ଥିବାରୁ, ଅଭିଭାବକ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି.