ବହୁ ଦୁର୍ନୀତି ରେ ଛନ୍ଦୀ ହୋଇ ପଡ଼ିଛି ପଟ୍ଟାମୁଣ୍ଡାଇ ପୌରପାଳିକା।

ବହୁ ଦୁର୍ନୀତି ରେ ଛନ୍ଦୀ ହୋଇ ପଡ଼ିଛି ପଟ୍ଟାମୁଣ୍ଡାଇ ପୌରପାଳିକା। ପଟ୍ଟାମୁଣ୍ଡାଇ ୦୫.୦୮.୨୦୨୫ ପଟ୍ଟାମୁଣ୍ଡାଇ ପୌରପାଳିକା ରେ ଦିନ କୁ ଦିନ ଦୁର୍ନୀତି ଅଭିଯୋଗ ବଢି ବାରେ ଲାଗିଛି।ଆବାସ ଦୁର୍ନୀତି ହଉ ,କି ଦୋକାନ ଗୃହ ବଣ୍ଟନ ଦୁର୍ନୀତି , ସବୁ ୱାର୍ଡ ରେ ହେଉଥିବା ନିମ୍ନମାନର କାମ ର ଦୁର୍ନୀତି ହେଉ ସବୁ ବେଳେ ସବୁ ସମୟ ଖବର କାଗଜ ରେ ପ୍ରକାଶ ପାଉଛି। ପୌରପାଳିକା ର ସଫେଇ କାର୍ଯ୍ୟକ୍ରମ ରେ ମଧ୍ୟ ଲକ୍ଷ ଳକ୍ଷ ଟଙ୍କା ର ଦୁର୍ନୀତି ଗନ୍ଧ ବାରି ହୋଇ ପଡ଼ିଛି।ଆଲୋକି କାରଣ ନାଁ ରେ ମଧ୍ୟ ଦୁର୍ନୀତି ହୋଇ ଥିବାର ଖବର ବିଭିନ୍ୟ ଖବର କାଗଜ ରେ ପ୍ରକାଶିତ ହୋଇ ଭିଜିଲାନ୍ସ ତଦନ୍ତ ହେବା ର ଦାବି ମଧ୍ୟ ହୋଇଛି।ବର୍ଷା ଦିନ ,ପୌରପାଳିକା ର ସବୁ ୱାର୍ଡ ରାସ୍ତା ଅବସ୍ଥା ନ କହିଲେ ଭଲ ଟିକିଏ ବର୍ଷା ରେ ରାସ୍ତା ରେ ଆଣ୍ଠୁଏ ପାଣି ଜମୁ ଛି ।ନିମ୍ନମାନର ରାସ୍ତା କରିବା ଦ୍ୱାରା ଏକ ମାସ ମଧ୍ୟ ରେ ରାସ୍ତା ଭାଙ୍ଗି ରୁଜି ଯାଇଛି। ଡ୍ରେନ ସବୁ ଭାଙ୍ଗି ରୁଜି ଯାଇଛି। ଠିକାଦାର ଓ ପୌରପାଳିକା ନେତା ଙ୍କ ସଲା ସୂତରା ରେ ହେଉଛି ନିମ୍ନମାନର କାମ।ପଟ୍ଟାମୁଣ୍ଡାଇ ପୌରପାଳିକା ର ସମସ୍ତ ୱାର୍ଡ ର ଜନସାଧାରଣ ଅଭିଯୋଗ କଲେ ମଧ୍ୟ ପୌରପାଳିକା ଅଭିଯୋଗ ନ ଶୁଣିଲା ପରୀ ରହୁଛି। ୨୦ ଟି ୱାର୍ଡ ରେ ଟିକିଏ ଝିପି ଝିପି ବର୍ଷା ରେ ପାଣି ରାସ୍ତା ରେ ଜମୁଛି।ଯୋଉଠି ସବୁ ଡ୍ରେନ ନିର୍ମାଣ ହୋଇଛି ତାହା ନିମ୍ନମାନର କାମ ହୋଇ ଥିବାରୁ ତାହା ସବୁ ଭାଙ୍ଗି ରୁଜି ଗଲାଣି। ଯୋଉଠି ଡ୍ରେନ ଭଲ ଅଛି ସେଇ ଡ୍ରେନ ରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇ ପୋତି ହୋଇ ଯାଉଛି। ତାକୁ ସଫା କରା ଯାଉ ନାହିଁ।ଯଦି ବର୍ଷା ଦିନ ଆଗରୁ ଡ୍ରେନ ମରାମତି କିମ୍ବା ସଫେଇ କରା ନ ଯାଏ ତାହା ହେଲେ ପଟ୍ଟାମୁଣ୍ଡାଇ ପୌରପାଳିକା ର ଥିବା ସମସ୍ତ ୱାର୍ଡ ରେ ଘରେ ଘରେ ପାଣି ପଶିବ ର ସମ୍ଭାବନା ଅଛି।ଏହି ଭଳି ପରିସ୍ଥିତି ପାଇଁ ପଟ୍ଟାମୁଣ୍ଡାଇ ପୌରପାଳିକା ଜନସାଧାରଣ ବହୁ ବାର ଅଭିଯୋଗ କଲେ ମଧ୍ୟ ପୌରପାଳିକା ର କର୍ମ ଚାରି କର୍ଣ୍ଣପାତ ନ କରି ଚୁପ୍ ବସି ଛନ୍ତି।ଆଗକୁ ବର୍ଷା ଲାଗି ରହିଛି। ନିହାତି ସଜାଗ ରହିବା ଦରକାର ପୌରପାଳିକା ପ୍ରଶାସନ।ବର୍ତ୍ତମାନ ପୁରୁଣା ସରକାର ଯାଇ ରାଜ୍ୟ ରେ ବିଜେପି ସରକାର ଆସି ସାରିଛି।ପୌରପାଳିକା ନିର୍ବାଚନ କୁ ଅଢେଇ ବର୍ଷ ପୁରୀ ସାରିଛି।ପୌରପାଳିକା ବହୁ ୱାର୍ଡ ରେ କାର୍ଯ୍ୟ ନ ହେଉ ଥିବାରୁ କିଛି କାଉନସିଲର ମଧ୍ୟ ତାଙ୍କ ୱାର୍ଡ ର ଡ୍ରେନ ପାଣି ର ଅସୁବିଧା ଖବର ପ୍ରଶାସନ କୁ ମଧ୍ୟ ଜଣାଇ ସାରିଛନ୍ତି।ଦେଖା ଯାଉ କେବେ ପ୍ରଶାସନ ର ନିଦ ଭାଙ୍ଗିବ,ଆଗରୁ ପଟ୍ଟାମୁଣ୍ଡାଇ ପୌରପାଳିକା ଥିବା ସବୁ ୱାର୍ଡ ରେ ଡ୍ରେନ ନିର୍ମାଣ ଓ ମରାମତି ଓ ସଫେଇ ହେଉଛି କି ନାହିଁ ଦେଖି ବାକୁ ବାକି ରହିଲା।ଯଦି ଡ୍ରେନ କାମ ନ ହୁଏ ତାହା ହେଲେ ବହୁ ୱାର୍ଡ ରେ ଘରେ ଘରେ ପାଣି ପଶିବା ଥୟ।ପୌରପାଳିକା ରେ ଥିବା ବହୁ ୱାର୍ଡ ରେ ରାସ୍ତା ଅବସ୍ଥା କଥା ନ କହିବା ଭଲ ବହୁ ଜାଗା ରେ ରାସ୍ତା ସବୁ ଭାଙ୍ଗି ରୁଜି ଯାଇଛି।କିଛି ରାସ୍ତା ରେ ବଡ ବଡ ଖାଲ ହୋଇ ଯାଇଛି। ଝିପି ଝିପି ବର୍ଷା ରେ ରାସ୍ତା ରେ ପାଣି ଜମୁଛି।ଜନସାଧାରଣ ରାସ୍ତା ରେ ଗଲା ବେଳେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି।ଆଗାମୀ ଦିନ ରେ ଯଦି ପଟ୍ଟାମୁଣ୍ଡାଇ ପୌରପାଳିକା ରେ ଏହି ସମସ୍ୟା ର ସମାଧାନ ନ ହୁଏ ଏକ ବିରାଟ ଜନଆନ୍ଦୋଳନ ଦେଖା ଯାଇପାରେ।ଆଗରୁ ପଟ୍ଟାମୁଣ୍ଡାଇ ପୌରପାଳିକା ରେ ଇକୋ ଟୟ ଲେଟ ରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇ ଥିଲେ ମଧ୍ୟ ,ଏବେ ଗୃହ ବଣ୍ଟନ ରେ ମଧ୍ୟ ଦୁର୍ନୀତି ହେବା ସହିତ ୫୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଖତ ଖାଇବା ସହିତ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି।ପଟ୍ଟାମୁଣ୍ଡାଇ ପୌରପାଳିକା ରେ ବହୁ ଦୁର୍ନୀତି ର ଖବର ପ୍ରସାରଣ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି।ଯଦି ପୌରପାଳିକା ରେ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଦୁର୍ନୀତି ର ପର୍ଦ୍ଦାଫାଶ ହୋଇ ପାରନ୍ତା ବୋଲି ପଟ୍ଟାମୁଣ୍ଡାଇ ର ସମାଜ ସେବୀ ଓ ବୁଦ୍ଧିଜୀବୀ ବ୍ରଜ ମୋହନ ଦାସ ରାଜ୍ୟ ସରକାର୍ ନିକଟରେ ଦାବି କରିଛନ୍ତି।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି ,କେନ୍ଦ୍ରାପଡ଼ା।