ନିରାଶ୍ରୟ ପରିବାର ପାଇଁ ନେତା ହିଁ କାଳ । ପରିବାରର ନ୍ୟାୟ ଏବଂ ସୁରକ୍ଷା ପାଇଁ ଦାବୀ
ନିରାଶ୍ରୟ ପରିବାର ପାଇଁ ନେତା ହିଁ କାଳ । ପରିବାରର ନ୍ୟାୟ ଏବଂ ସୁରକ୍ଷା ପାଇଁ ଦାବୀ
ଅନ୍ତର୍ଗତ ରୁଗୁଳିଡିହି ଗ୍ରାମର ସାମାଜିକ ବାସନ୍ଦ ପରିବାର ଶ୍ରୀମତୀ ନାକୀ ଟୁଡୁ (୪୨) ଏବେ ତାଙ୍କର ସ୍ୱାମୀ ଏବଂ ଦୁଇଗୋଟି ନାବାଳକ ସହିତ ପରର ଘର ବାରଣ୍ଡାରେ ଜୀବନ ବିତାଉଛନ୍ତି । ଏହିପରି ଦୁଃଖଦ ଜୀବନ-ମରଣ ଘଟଣାରେ ବିଶୋଇ ଥାନା ଅଧିକାରୀଙ୍କ ତରଫରୁ ନିରାଶ୍ରୟ ବାସନ୍ଦ ପରିବାରକୁ କୌଣସି ନ୍ୟାୟ ଏବଂ ସୁରକ୍ଷା ଦିଆଯାଇ ପାରୁନାହିଁ ।
ଦ୍ଵିତୀୟ ପଟେ ପୁର୍ବତନ ସାଂସଦ ଆଦିବାସୀ ନେତା ଶ୍ରୀ ରାମଚନ୍ଦ୍ର ହାଁସଦାଃ ଉକ୍ତ ଘଟଣାରେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଗ୍ରାମରେ ଗୁଣ୍ଡାରାଜ ଚଳାଉଥିବା ଲୋକମାନଙ୍କୁ ଉସୁକାଉଛନ୍ତି ଏବଂ ଥାନାକୁ ଯାଇ ମାରପିଟ୍ କରଙଥିବା ଗୁଣ୍ଡାମାନଙ୍କୁ ସହଯୋଗ କରିଛନ୍ତି । ତେଣୁ ବାସନ୍ଦ ପରିବାର ଉପରେ ବାରମ୍ବାର ବିପଦ, ଅନ୍ଯାୟ, ଅତ୍ୟାଚାର, ନିର୍ଯାତନା ଲାଗି ରହିଛି ।
ଜମିବାଡ଼ି ବିବାଦକୁ ନେଇ 10 ବର୍ଷରୁ ଉର୍ଦ୍ଧ୍ବ ହେବ ଶ୍ରୀମତୀ ନାକି ଟୁଡୁ ପରିବାରକୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇଛି । ଏହା ଭିତରେ ତାଙ୍କ ଉପରେ ଅନେକ ଥର ଅତି ଅମାନବୀୟ ଅନ୍ୟାୟ, ଅତ୍ୟାଚାର, ନିର୍ଯାତନା କରାଯାଇଥିବା ମାମଲାକୁ ନେଇ ବିଶୋଇ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି ନ୍ୟାୟ, ସୁରକ୍ଷା, ଅଧିକାର ମିଳିନାହିଁ । ଏହିପରି ପରିସ୍ଥିତିରେ ପୁଣି ଗତ ତା.21.09.2025 ରିଖ ଦିନ ରୁଗୁଳିଡିହି ଗ୍ରାମର ଶ୍ରୀ ଦୁବରାଜ ଟୁଡୁ (50), ପିତା- ମେଘ୍ରାୟ ଟୁଡୁ ଏବଂ ଶ୍ରୀ ବଦେନ ହାଁସଦାଃ (50), ଶ୍ୱଶୁର- ଗୋପିଆ ମାଝୀଙ୍କ ନେତୃତ୍ୱରେ ଶ୍ରୀ ମେଘ୍ରାୟ ମୁର୍ମୁ (55), ପିତା- ସାଲଖୁ ମୁର୍ମୁ, ଶ୍ରୀ ଗୋପୀନାଥ ମାର୍ଣ୍ଡି, ପିତା- ସଲେ ମାର୍ଣ୍ଡି, ଶ୍ରୀ ଆନପା ମାର୍ଣ୍ଡି, ପିତା- ପିତୁ ମାର୍ଣ୍ଡିମାନେ ଠେଙ୍ଗା-ବାଡି ଆଦି ମାରଣାସ୍ତ୍ର ଧରି ବାସନ୍ଦ ପରିବାର ଘରକୁ ପଶିଯାଇ ତାଙ୍କ ସ୍ୱାମୀ ଏବଂ ତିନିଗୋଟି ନାବାଳକଙ୍କୁ ଘୋଷାରି ବାହାର କରି ନିସ୍ତୁକ ମାଡ଼ ମାରି ଚେତାଶୂନ୍ୟ ସହ ଲହୁଲୁହାଣ କରିଥିଲେ । ସେହିପରି ଲହୁଲୁହାଣ ଅବସ୍ଥାରେ ପରିବାରର ସମସ୍ତଙ୍କୁ ମାରପିଟ୍, ଗୋଇଁଠା ମାରି ମାରି ପ୍ରାୟ 8 (ଆଠ) କିଲୋମିଟରରେ ଥିବା ଜଳଡିହା ଗ୍ରାମକୁ ପହଞ୍ଚାଇ ଥିଲେ । ରାସ୍ତାରେ ଶ୍ରୀମତୀଙ୍କୁ ଧର୍ଷଣ କରିବାକୁ ଉଦ୍ୟମ କରିଥିଲେ । ଚିତ୍କାର କରିବାରୁ ରକ୍ଷା ପାଇଥିଲେ । ଜଳଡିହା ଗ୍ରାମକୁ ପହଞ୍ଚିବା ପରେ ମୁଚିରାମ ଟୁଡୁଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡ଼ିକାଲ ନିଆଯାଇଥିଲା । ସେଠାରୁ ବାରିପଦାକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁଣି ସାଙ୍ଘାତିକ ହେବାରୁ କଟକ ମେଡିକାଲରୁ ସୁସ୍ଥ ହୋଇ ଆସି ତା.29.09.2025 ରିଖ ଦିନ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏବେ ସୁଦ୍ଧା କୌଣସି ସାକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ନିଜ ଘରକୁ ଗଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି । ତେଣୁ ଏବେବି ପର ପିଣ୍ଡାରେ ଜୀବନ ବିତାଉଛନ୍ତି ।
ସବିନୟ ଆମ୍ଭେ ଆପଣଙ୍କୁ ନିବେଦନ କରୁଅଛୁ ଯେ, ଉକ୍ତ ମାମଲାରେ ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀମାନଙ୍କୁ ଗିରଫ କରାଯାଇ ବାସନ୍ଦ ପରିବାରକୁ ନ୍ୟାୟ, ସୁରକ୍ଷା ପ୍ରଦାନ କରନ୍ତୁ ଏବଂ ଆଦିବାସୀ ସ୍ୱଶାସନ ବ୍ୟବସ୍ଥାର ପ୍ରମୁଖ ମାଝୀ-ପାର୍ଗାନାଙ୍କ ଦ୍ଵାରା କରାଯାଉଥିବା ଆମ ଉପରେ ଅନ୍ଯାୟ, ଅତ୍ୟାଚାର, ନିର୍ଯାତନାକୁ ବନ୍ଦ କରାନ୍ତୁ ।



