ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସରକାରୀ ଆଇ ଟି ଆଇ କଲେଜ ଖୁଣ୍ଟୁବନ୍ଧ ରେ ଆଇନ ସଚେତନତା ଶିବିର

ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସରକାରୀ ଆଇ ଟି ଆଇ କଲେଜ ଖୁଣ୍ଟୁବନ୍ଧ ରେ ଆଇନ ସଚେତନତା ଶିବିର

ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସରକାରୀ ଆଇ ଟି ଆଇ କଲେଜ ଖୁଣ୍ଟୁବନ୍ଧ ରେ ଆଇନ ସଚେତନତା ଶିବିର ନୟାଗଡ ତା ୨୪-୯-୨0୨୫ ନୟାଗଡ ଜିଲ୍ଲା ଓ ଦୌରା ଜଜ ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ଙ୍କ ନିର୍ଦେଶ ରେ ସଚିବ ଅଞ୍ଜଳି ମଛ ଖଣ୍ଡ ଙ୍କ ତତ୍ଵବଧ୍ୟlନ ରେ ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇ ଟି ଆଇ କଲେଜ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ସର୍ବ ପ୍ରଥମେ ଜାତୀୟ ଆଇନ ସେବା ପ୍ରାଧିକରଣ ସଂଗୀତ "ଏକ ମୁଠି ଆସମାନ "ଗାନ ସହିତ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଅଞ୍ଜଳି ମଛକୁଣ୍ଡ ଅନୁଷ୍ଠାନକ ଭାବେ ଶିବିର ଉଦ୍ଘଘlଟନ ସତ୍ୟ ଘଟଣା ଲଷ୍ମୀଅଗ୍ରୱାଲ କେଶ ଓ ତାହାର ସାହସ ଉପରେ ଆଲୋକପାତ କରିଥିଲେ l ସମ୍ନlନିତ ଅତିଥି ରୂପେ ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ୱାଇଁ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ମହାରଣା ଏସିଡ ଆକ୍ରମଣ ର କାରଣ ସମସ୍ୟା ପ୍ରତିକାର ତଥା ସରକାରୀ ସହାୟତାଉପରେ ଆଲୋକପାତ କରିଥିଲେ l ସିଡିପିଓ ଜୋତି ରଞ୍ଜନ ସାମନ୍ତରାୟ ସାଇବର ଆଇନ ଉପରେ ପ୍ରୋଜେକ୍ଟ ଉପରେ ପିଲାମାନଙ୍କୁ ବୁଝାଇ ଥିଲେ l ଉକ୍ତ ଶିବିର ରେ ଆଇନଜିବି ପ୍ରଭାସିନୀ ନନ୍ଦ କାମାକ୍ଷା ପ୍ରସାଦ ଦାସ ଓ ସଦର ଆଇ ଆଇ ସି ଶରତ ଚନ୍ଦ୍ର ସେଠୀ ସମ୍ନାନୀତ ଅତିଥି ରୂପେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଶେଷ ରେ ଆଇ ଟି ଆଇ କଲେଜ ଅଧକ୍ଷ କାନ୍ତି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ଆଇ ଟି ଆଇ କଲେଜ ର ଛାତ୍ର ଛାତ୍ରୀ ମାନେ ଏସିଡ ମାଡ଼ ଉପରେ ଏକ ନାଟକ ପରିବେଷଣ କରିଥିଲାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧିକାର ମିତ୍ର ମାନେ ସାଇବର ଆଇନ ଉପରେ ଏକ ନାଟକ ପରିବେଷଣ କରି ସମସ୍ତ ଙ୍କୁ ସଚେତନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସଫଳି କୃତ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ଓ ନ୍ୟlୟ ଅଧିକାର ମିତ୍ର ମାନେ ଉପସ୍ଥିତ ରହି ସପୂର୍ଣ ସହଯୋଗ କରିଥିଲେ l ନୟାଗଡ ରୁ ଜିଲ୍ଲାପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର