ଗୁଦେର ପାଳିରେ ବିଜୟା ଦଶମୀ ଏ ବର୍ଷର ଶୁଭଦିନଟି ବିଜୟା ଦଶମୀ

ଗୁଦେର ପାଳିରେ ବିଜୟା ଦଶମୀ ଏ ବର୍ଷର ଶୁଭଦିନଟି ବିଜୟା ଦଶମୀ

ଗୁଦେର ପାଳିରେ ବିଜୟା ଦଶମୀ ଏ ବର୍ଷର ଶୁଭଦିନଟି ବିଜୟା ଦଶମୀ l କାରଣ ଦିନଟି ବିଜୟା ଦଶମୀ, ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀଙ୍କ ଜନ୍ମ ଦିବସ ଓ ମାନବସା ଗୁରବାର ମହାଲକ୍ଷ୍ମୀଙ୍କ ବ୍ରତପୂଜା ହେତୁ ଅତିଷ୍ଟ ଶୁଭ ଦିନ l ଆଜି ସେହି ମା ଦଶ ଭୁଜା ସାର୍ବଜନୀନ ଶାରଦୀୟ ମହାନ ଦୁର୍ଗାପୂଜାର ନବରାତ୍ରିର ଶେଷ ଶୁଭ ଦଶମୀ ବା ବିଜୟା ଦଶମୀ ଦିବସ l ମା ଦୁର୍ଗାଙ୍କ ପୂଜା ଅବସରରେ ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଗୁଦେରପାଲି ଗ୍ରାମ ପଞ୍ଚାୟତରେ ମହାଡମ୍ବରରେ ପାଳନ ହୋଇ ଯାଇଛି l ପୂଜକ ଶ୍ରୀ ନିରଞ୍ଜନ ମିଶ୍ର ଓ ଶ୍ରୀ ରିଙ୍କୁ ଦେବତା ମା ଦଶଭୁଜାଙ୍କ ନବରାତ୍ରି ପାଳନର ଶେଷ ଦିବସ ବିଜୟା ଦଶମିରେ ମନ୍ତ୍ରପାଠ କରଥିଲେ l ଇତି ଅବସରରେ ପୂଜା କର୍ତ୍ତା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ରାମ ଚନ୍ଦ୍ର ପାତ୍ର ମହାଡମ୍ବରରେ ପୂଜାମଣ୍ଡପର ଦାୟିତ୍ୱ ନେଇ ସୁଚାରୁ କାର୍ଯ୍ୟ ନିର୍ବାହ କରିଛନ୍ତି l ତାଙ୍କର ପ୍ରିୟ ପୂଜା କମିଟି ସଭାପତି ଶ୍ରୀ କିଶୋର ପାତ୍ର ଓ ଶ୍ରୀ କିଶୋର ଦେବତା ତାଙ୍କୁ ପାରିପାର୍ଶ୍ଵିକ ସହଯୋଗ କରି ଆସୁଛନ୍ତି l ଏଥିସହିତ ଗ୍ରାମର ମାନ୍ୟଗଣ୍ୟ ବୟୋଜ୍ୟେଷ୍ଠ ଭଦ୍ର ବ୍ୟକ୍ତି ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ଆଜିର ଶୁଭଦିବସକୁ ତୁହାକୁତୁହା ବର୍ଷାରେ ମାଙ୍କ ପାଦତଳେ ଅଞ୍ଚଳ ତଥା ଜୀବ ଜଗତର କଲ୍ୟାଣ ପାଇଁ କରୁଣା ଭିକ୍ଷା କରିଛନ୍ତି l ଦିବସଟି ମହାପ୍ରଭୁ ରାମଚନ୍ଦ୍ରଙ୍କ ଦ୍ୱାରା ଦଶାନନଙ୍କ ମୋକ୍ଷପ୍ରାପ୍ତି ବିଜୟା ଦଶମୀ ଭାବରେ ପାଳନ ହେତୁ ରାତ୍ରି ସମୟରେ ରାବଣ ପୋଡି କାର୍ଯ୍ୟକ୍ରମ କରାଯାଏ l ଏହି ଉତ୍ସବରେ ଅଞ୍ଚଳର ଛୋଟରୁ ବଡ଼ ସମସ୍ତେ ରାବଣପୋଡି ଦେଖିବାକୁ ଭାରି ଭଲ ପାଆନ୍ତି l ଲୋକଙ୍କ ମନୋରଞ୍ଜନ ପାଇଁ ଅଞ୍ଚଳର କଳା ପ୍ରଦର୍ଶନ କରି ରାତ୍ରି ଜାପାନ ହୋଇଥାଏ l ଓଡ଼ିଶାର ରଙ୍ଗମଞ୍ଚ ଗଣନାଟ୍ୟ ଆଞ୍ଚଳିକ କଳା ଓ ପଶ୍ଚିମ ଓଡ଼ିଶାର ଡାଲଖାଇ ଗୀତ ଏହି ମା ଦୁର୍ଗାପୂଜାର ଏକ ରହସ୍ୟମୟ କଳା ଅଟେ l ପୂଜା ଶେଷ ଦିବସକୁ ରାବଣଙ୍କ ମହାପ୍ରୟାଣ ଦିବସ ବା ମହା ପ୍ରଭୁ ରାମଙ୍କ ଶୁଭ ବିଜୟ ଦିବସରେ ଆନନ୍ଦ ବଜାର ହୋଇ ସୁ ପ୍ରସାଦ ବଣ୍ଟନ ହୋଇଥାଏ l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ l