ପଟ୍ଟାମୁଣ୍ଡାଇ ପୌରପାଳିକା ରେ ଡ୍ରେନ ଅଭାବରୁ ୧୩ନଂ ୧୪ନଂ ୱାର୍ଡ ଉବୁଟୁବୁ I

ପଟ୍ଟାମୁଣ୍ଡାଇ ପୌରପାଳିକା ରେ ଡ୍ରେନ ଅଭାବରୁ ୧୩ନଂ ୧୪ନଂ ୱାର୍ଡ ଉବୁଟୁବୁ I

ପଟ୍ଟାମୁଣ୍ଡାଇ ପୌରପାଳିକା ରେ ଡ୍ରେନ ଅଭାବରୁ ୧୩ନଂ ୧୪ନଂ ୱାର୍ଡ ଉବୁଟୁବୁ I
*ରାସ୍ତା ନିର୍ମାଣ ପ୍ରସ୍ତାବକୁ ଲୋକଙ୍କ ବିରୋଧ
*ରାସ୍ତା ବଦଳରେ ଡ୍ରେନ ନିର୍ମାଣ ଦାବି
ପଟ୍ଟାମୁଣ୍ଡାଇ ତା ୨୬/୮- ପଟ୍ଟାମୁଣ୍ଡାଇ ସହର ଜଳନିଷ୍କାସନ ସମସ୍ୟା ବର୍ଷ ବର୍ଷ ଧରି ରହିଆସିଛି I ସରକାର ପରେ ସରକାର ବଦଳିଲେ ମଧ୍ୟ ଜଳନିଷ୍କାସନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ I ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଜଳନିଷ୍କାସନ ସମସ୍ୟା ସମାଧାନ କେବଳ କାଗଜକଲମରେ ଚାଲିଛି I ଅସରାଏ ବର୍ଷା ହେଲେ ପଟ୍ଟାମୁଣ୍ଡାଇ ଉବୁଟୁବୁ ହେବା ସହିତ ବିଭିନ୍ନ ୱାର୍ଡ ରେ ଲୋକମାନଙ୍କ ଘରେ ପାଣି ପଶି ଯାଉଛି I ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୩ନଂ ଓ ୧୪ନଂ ୱାର୍ଡରେ ସ୍ଥିତି ଗମ୍ଭୀର ରହିଛି I ଡ୍ରେନ ନଥିବାରୁ ସାମାନ୍ୟ ବର୍ଷା ହେଲେ ୧୩ନଂ ଓ ୧୪ନଂ ୱାର୍ଡ ଉବୁଟୁବୁ ହେଉଛି I ବହୁ ଲୋକଙ୍କ ଘରେ ପାଣି ପଶି ଘର ଦ୍ୱାର ନଷ୍ଟ ହେଉଛି I ମାତ୍ର ଏଥି ପ୍ରତି ସରକାର ଓ ପ୍ରଶାସନ କାହାରି ନିଘା ନାହିଁ I ସମ୍ପ୍ରତି ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ଠାରୁ ପଟ୍ଟାମୁଣ୍ଡାଇ - କାଠିଆପଡା ରାସ୍ତା (୧୨୫୦)ମିଟର ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ସରକାରୀ ପ୍ରସ୍ତାବ ରହିଛି I ଏହି ରାସ୍ତା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୩ନଂ ୱାର୍ଡ( ପୋଖରୀଆପଡା )ଦେଇ ଯିବାକୁ ଥିବାବେଳେ ଡ୍ରେନ ନଥିବାରୁ ବର୍ଷା ଦିନେ ହନ୍ତସନ୍ତ ହେଉଥିବା ୱାର୍ଡ ଲୋକମାନେ ରାସ୍ତା ନିର୍ମାଣକୁ ବିରୋଧ କରୁଛନ୍ତି I ଏହି ଢ଼ଳେଇ ରାସ୍ତା ଭଲ ଥିବାରୁ ରାସ୍ତା ବାବଦ ସରକାରୀ ଅନୁଦାନରେ ଅବିଳମ୍ବେ ଡ୍ରେନ ନିର୍ମାଣ କରିବାକୁ ୧୩ନଂ ୱାର୍ଡ ବାସିନ୍ଦା ଦାବି କରିଛନ୍ତି I ସେହିପରି ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଠାରୁ ଏମ ଏନ ହାଇସ୍କୁଲ ଦେଇ ୭୦୦ମିଟର ରାଜନଗର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି I ଏହି ରାସ୍ତା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୪ନଂ ୱାର୍ଡ ଦେଇ ଯିବାର ରହିଛି I ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୪ନଂ ୱାର୍ଡରେ ଡ୍ରେନ ନଥିବାରୁ ସାମାନ୍ୟ ବର୍ଷା ହେଲେ ସମଗ୍ର ୱାର୍ଡଟି ଉବୁଟୁବୁ ହେବା ସହିତ ବହୁ ଲୋକଙ୍କ ଘରେ ପାଣି ପଶି ଘରଦ୍ୱାର ନଷ୍ଟ ହେଉଛି I ବାରମ୍ବାର ଦାବି ସତ୍ୱେ ସରକାର ଓ ପ୍ରଶାସନ ଡ୍ରେନ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ୱାର୍ଡ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି I ମାତ୍ର ସରକାର ଏହି ୱାର୍ଡ ଦେଇ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଠାରୁ ଏମ ଏନ ହାଇସ୍କୁଲ ଦେଇ  ନୂତନ ରାଜନଗର ରାସ୍ତା (୭୦୦ମିଟର ) ନିର୍ମାଣ କରିବାକୁ ଯୋଜନା କରିଛନ୍ତି I  ଯାହାକୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ପୋଖରୀଆପଡା ୧୪ନଂ ୱାର୍ଡ ବାସିନ୍ଦା ବିରୋଧ କରୁଛନ୍ତି Iସମ୍ପ୍ରତି ପୁରାତନ ଢ଼ଳେଇ ରାସ୍ତା ଭଲ ଥିବାରୁ ରାସ୍ତା ପାଇଁ ଥିବା ସରକାରୀ ଅନୁଦାନରେ ୧୪ନଂ ୱାର୍ଡ ବାସିନ୍ଦାଙ୍କ ସୁବିଧା ପାଇଁ ଅବିଳମ୍ବେ ଡ୍ରେନ ନିର୍ମାଣ କରିବାକୁ ୧୪ନଂ ୱାର୍ଡ ବାସିନ୍ଦାମାନେ ଦାବି କରିଛନ୍ତି I ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପୋଖରୀଆପଡା ଗ୍ରାମର ୧୩ନଂ ଓ ୧୪ନଂ ୱାର୍ଡର ଅବିନାଶ ଲେଙ୍କା, ନୀଳାମ୍ବର ପାଢ଼ୀ, ଧନେଶ୍ୱର ଦାସ, ଦିଗାମ୍ବର ପାଢ଼ୀ, ଗୋପାଳ ନାୟକ ସଞ୍ଜୟ ଦାଶ, ରବୀନ୍ଦ୍ର ଦାଶ, ଆଶିଷ ଦାଶ, ରିତେଶ ଦାଶ, ସୁରେନ୍ଦ୍ର ଦାଶ, ଧୀରେନ୍ଦ୍ର ନାୟକ, ବଳରାମ ଜେନା, ତପନ ଦାଶ ଓ ପ୍ରମୋଦ ଦାଶ ପ୍ରମୁଖ ବହୁ ୱାର୍ଡ ବାସିନ୍ଦା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇମେଲ ଯୋଗେ ସ୍ମାରକପତ୍ର ପ୍ରଦାନ କରି ଦାବି କରିଛନ୍ତି I


ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା