ପଟ୍ଟାମୁଣ୍ଡାଇ ପୌରପାଳିକା ରେ ପ୍ରକୃତ ହିତାଧିକାରୀ ଙ୍କୁ ମିଳିଲାନି ଭେଣ୍ଡିଜୋନ୍ କ୍ୟାବିନ , ବାଦ୍ ପଡ଼ିଲେ ଦୁଇ, ମିଳିଛି ଦୁର୍ନୀତି ର ସୁରାକ୍।
ପଟ୍ଟାମୁଣ୍ଡାଇ ଆର ଡି ଅଫିସ କଡ ଓ କୋର୍ଟ ଗଡାଣି ପାଖରେ ଥିବା ଭେଣ୍ଡିଂ ଜୋନ୍ ପ୍ରକୃତ ହିତାଧିକାରୀ ଦଖଲ ରେ ରଖିଛନ୍ତି। ଏ ସମ୍ପର୍କ ରେ ପୌରପରିଷଦ କାର୍ଯ୍ୟାଳୟ ରେ ଅଧ୍ୟକ୍ଷ ଓ ଅଧିକାରୀ ଙ୍କ ସହିତ ଦଖଲ ରେ ରଖିଥିବା 22ଜଣ ଉଠା ଦୋକାନୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆଲୋଚନା ର ନିଷ୍ପତି ଅନୁସାରେ ଦଖଲ କାରି ଉଠା ଦୋକାନୀ ମାନଙ୍କ ମଧ୍ୟ ରେ ମନୋମାଳିନ୍ୟ ନ ଥିବାରୁ ସହମତି ଭିତ୍ତିରେ ସେମାନଙ୍କୁ ଦଖଲ ରେ ଥିବା ଭେଣ୍ଡିଁ ଜୋନ୍ ର କ୍ୟାବିନ ପରିଷଦ ତରଫରୁ କାଗଜ ପତ୍ର ପ୍ରସ୍ତୁତ କରାଯାଇ କ୍ୟାବିନ ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ପୌରପାଳିକା ଅଫିସ କୋଡ଼ିଏ ଜଣ ଙ୍କୁ ଦୋକାନ ଗୃହ ଯୋଗାଇ ଆଉ ଦୁଇ ଜଣ ଙ୍କୁ ନ ଦେଇ ଅନ୍ୟ ଦୁଇ ଜଣ ଙ୍କୁ ଦେଇଦେଇଛନ୍ତି।ଯାହା ଜଣାପଡୁଛି କିଛି ପୌରପରିଷଦ କର୍ମ ଚାରି ଙ୍କ ଇଙ୍ଗିତରେ କାମ ହୋଇଛି।ଆଗାମୀ ଦିନ ରେ ଯଦି ସେଇ ଦୁଇ ହିତାଧି କାରି ଙ୍କୁ ଗୃହ ନ ମିଳେ ଅଫିସ ଆଗରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। କଣ ପାଇଁ ପୌରପାଳିକା ପ୍ରକୁତ ହିତାଧିକାରୀ ଙ୍କୁ ଦୋକାନ ଗୃହ ନ ଦେଇ ଆଉ କାହାକୁ ଦେଲା କିଛି ଆର୍ଥିକ ଘୋଟାଲା ର ସୁରାକ ମିଳିଛି।
ପଟ୍ଟାମୁଣ୍ଡାଇ ରୁ ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।


admin 
