କିଟ ପକ୍ଷରୁ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ।

କିଟ ପକ୍ଷରୁ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବାରଙ୍ଗ,୧୭/୦୫ :-କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାରଙ୍ଗ ବ୍ଲକ ର ଚକ୍ରଧର ପୁର, ଭାଲୁଙ୍କା, ଦାଢ଼ାପାଟଣା ରେ ୧୩ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ କୁ କିଟ୍ ସ୍କୁଲ୍ ଅଫ୍ ସ୍ପୋର୍ଟ୍ସ ଆଣ୍ଡ୍ ଯୋଗିକ ବିଜ୍ଞାନ, ଫ୍ୟାକଲ୍ଟି ଆସୋସିଏଟ୍ ମଧୁସ୍ମିତା ସେନାପତି ପରିଚାଳନା କରିଥିଲେ।ପ୍ରଥମେ ବାରଙ୍ଗ ବ୍ଲକ ଗୋବିନ୍ଦପୁର ଛକ ନିକଟରେ ଥିବା ହରିଜନ ସାହି ଚକ୍ରଧର ପୁର ଠାରେ ପିଲା ମାନଙ୍କୁ ଖାତା କଲମ ବଣ୍ଟନ ସହ ମହିଳା ମାନଙ୍କୁ କିପରି ଆତ୍ମନିର୍ଭରଶୀଳ ହେବା ସହ ସମସ୍ତ ଙ୍କୁ ଶିକ୍ଷା ଆବଶ୍ୟକ ସେ ସମ୍ପର୍କ ରେ ସଚେତନତା ସୃଷ୍ଟି କରାଯାଇଥିଲା ଏଥିସହ ଗୋବିନ୍ଦ ପୁର ଛକ ରେ ବୃକ୍ଷ ରୋପଣ ସହ ବୃକ୍ଷ ବଣ୍ଟନ କରାଯାଇଥିଲା।

     ଏହାପରେ ବାରଙ୍ଗ ବ୍ଲକ ଭାଲୁଙ୍କା ଶବର ସାହି ରେ ପିଲା ମାନଙ୍କୁ ବର୍ଣ୍ଣବୋଧ ବଣ୍ଟନ ସହ ମହିଳା ମାନଙ୍କୁ ଋତୁଶ୍ରାବ ସମ୍ପର୍କରେ ସଚେତନତା କରିବା ସହ ପ୍ୟାଡ଼ ବଣ୍ଟନ କରାଯାଇଥିଲା। ପରିଶେଷରେ ଦାଢ଼ା ପାଟଣା ଠାରେ ଅବସ୍ଥିତ କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ୨୨ଜଣ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଏବଂ ଛାତ୍ରୀ, ଛାତ୍ର ଙ୍କୁ ବିସ୍କୁଟ, ମିକ୍ସର, ମୃଦୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା।

ଏ କାର୍ଯ୍ୟକ୍ରମ ରେ ମଧୁସ୍ମିତା କହିଥିଲେ ଆଜକୁ ୧୩ ବର୍ଷ ହେଵ କିଟ ପକ୍ଷରୁ ଏହାର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଏହି ଅଭିଯାନ ଆରମ୍ଭ କରିଆସୁଛନ୍ତି ଏହା ବର୍ତ୍ତମାନ ବିଶ୍ୱ ବ୍ୟାପି ପାଳନ ହେଉଛି।ଚଳିତ ବର୍ଷ ର ଆର୍ଟ ଅଫ ଗିଭିଙ୍ଗ

 ଥିମ "ସେୟାର ଟୁ ସାଇନ "।

ଅନ୍ୟ ମୁହଁରେ ହସ ଫୁଟେଇବା ଏହି କାର୍ଯ୍ୟକ୍ରମ ର ଉଦ୍ୟଶ।

ଏହି କାର୍ଯ୍ୟକ୍ରମ ରେ ବହୁ ସମାଜସେଵୀ, ସ୍ଥାନୀୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।