ରାଷ୍ଟ୍ରୀୟ ସହରାଞ୍ଚଳ ଭୂମି ସର୍ବେକ୍ଷଣ ନକ୍ସା ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର.

ରାଷ୍ଟ୍ରୀୟ ସହରାଞ୍ଚଳ ଭୂମି ସର୍ବେକ୍ଷଣ ନକ୍ସା ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର.

ରାଷ୍ଟ୍ରୀୟ ସହରାଞ୍ଚଳ ଭୂମି ସର୍ବେକ୍ଷଣ ନକ୍ସା ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ବାରିପଦା ତା ୧୭/୧୦ (ପି.ଏନ.ଏସ.) ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଭୂ-ସମ୍ବଳ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକିକରଣ ବ୍ୟବସ୍ଥା ଅନ୍ତର୍ଗତ ପାଇଲଟ ଯୋଜନା ନକ୍ସାର ପ୍ରଥମ ପର୍ଯାୟରେ ଦେଶରେ ୧୫୨ଟି ସହରକୁ ସାମିଲ କରାଯାଇଥିବା ବେଳେ ଓଡିଶାର ୪ଟି ପୌରପାଳିକା ମଧ୍ୟରୁ ବାରିପଦା ପୌରପାଳିକାକୁ ସାମିଲ କରାଯାଇଥିବାରୁ ଆଜି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବାରିପଦା ପୌରପାଳିକାର କାଉନସିଲର ମାନଙ୍କ ପାଇଁ ପୌରପାଳିକା କାଉନସିଲ ହଲ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଶିବିରରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗର ପାଳ ସୀମା ଦାସ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବାରିପଦା ତହସିଲଦାର ସପନ କୁମାର ସାହୁ, ଶମାଖୁଣ୍ଟା ତହସିଦାର ସାହେବ ରାମ ବାସ୍କେ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ପ୍ରମୁଖ ଯୋଗ ଦେଇ ଏହିଯୋଜନା ମାଧ୍ୟମରେ ଇ-ତଥ୍ୟ ପ୍ରସ୍ତୁତ ହେବ ଯାହାକି ରାଜସ୍ବ ବିଭାଗ ସହିତ ପ୍ରତ୍ୟେକ ଲାଇନ ବିଭାଗ ପାଖରେ ରହିବ ଯାହା ଫଳରେ ପରବର୍ତୀ ସମୟରେ ସ୍ୱଳ୍ପ ସମୟ ମଧ୍ୟରେ ଜନସାଧାରଣଙ୍କ ଜମିଜମା ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ସମ୍ପୃକ୍ତ କାର୍ଯ୍ୟାଳୟରେ ସୁଚାରୁ ରୂପେ ସମ୍ପାଦନ ହୋଇପାରିବ ବୋଲି କହିଥିଲେ. ଏହି ଯୋଜନାରେ ବର୍ତ୍ତମାନ ବାରିପଦା ପୌରପାଳିକାର ୨୮ଟି ୱାର୍ଡ ସହିତ ବାରିପଦା ତହସିଲ ଅଧିନସ୍ଥ ୩୪ଟି ଗ୍ରାମ ସହିତ ଶାମାଖୁଣ୍ଟା ତହସିଲର ୨ଟି ଗ୍ରାମକୁ ଏଥିରେ ସାମିଲ କରାଯାଇଛି. ଏହାର ସଠିକ କାର୍ଯ୍ୟକାରିତା ପାଇଁ ଦୁଇଜଣ ମାଷ୍ଟର ଟ୍ରେନର ଭାବରେ ତାଲିମ ନେଇ ଆସିଛନ୍ତି. ଲୋକମାନଙ୍କ ସହଭାଗୀତା ପାଇଁ ଏହି ଗ୍ରାମ ଗୁଡିକରେ ଏହାକୁ ପ୍ରଚାର କରିବା ସହିତ ସଚେତନତା ସୃଷ୍ଟି କରାଯିବ. ଏହି ଯୋଜନାର ସୁଚାରୁ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଶାମାଖୁଣ୍ଟା ତହସିଲଦାରଙ୍କ ନେତୃତ୍ୱରେ ରାଜସ୍ବ ନିରୀକ୍ଷକ, ଟ୍ୟାକ୍ସ କଲେକଟର ଓ ଆଉଟସରସିଂ ବ୍ୟକ୍ତିଙ୍କୁ ନେଇ ୧୪ଟି ଟିମ ଗଠିତ ହୋଇଛି. ପ୍ରତିଟି ୱାର୍ଡରେ ବୈଠକ କରାଯାଇ ଫର୍ମ-୨ ଜରିଆରେ ନାଗରିକଙ୍କ ଠାରୁ ଘୋଷଣା ପତ୍ର ସଂଗ୍ରହ କରାଯିବ. ବୋର୍ଡ଼ ଅଫ ରେଭିନ୍ୟୁର ମାନଚିତ୍ର ଅନୁସାରେ ଏରିଆଲ ସର୍ଭେରୁ ପ୍ରାପ୍ତ ତଥ୍ୟ ସହିତ ମେଳ କରାଯିବ. ଶିବିରରେ ତହସିଲଦାର ସପନ କୁମାର ସାହୁ ପିପିଟି ଜରିଆରେ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ. ଖୁବ ଶୀଘ୍ର ପ୍ରତ୍ୟେକ ୱାର୍ଡରେ ସମ୍ପୃକ୍ତ କାଉନସିଲରଙ୍କ ତତ୍ୱାବଧାନରେ କ୍ଷେତ୍ର ସର୍ଭେ ଦଳ ମାନେ ଘରକୁ ଘର ଯାଇ ଜମି ଜମାର ନଥି ସହ ସର୍ଭେ କରି ଫର୍ମ-୨ ରେ ଲୋକ ମାନଙ୍କ ପାଖରୁ ତଥ୍ୟ ସମ୍ବଳିତ ଘୋଷଣା ପତ୍ର ସଂଗ୍ରହ କରିବେ. ଲୋକମାନେ ଘୋଷଣା ପତ୍ର ଫର୍ମ-୨ ରେ ତଥ୍ୟ ଦେବା ସମୟରେ ଦୁଇଟି କପିରେ ତଥ୍ୟ ପୂରଣ କରି ଦସ୍ତଖତ କରିବେ, ଗୋଟିଏ କପି ନିଜ ପାଖରେ ରଖିବେ ଏବଂ ଗୋଟିଏ କପି ସର୍ଭେ ଟିମକୁ ଦେବେ. ଯାଞ୍ଚ ପରେ ମେପ-୨ ପ୍ରଦାନ କରାଯିବ. ଯଦି ଏଥିରେ କାହାରି କିଛି ଅଭିଯୋଗ ଥିବ ତେବେ ଅଭିଯୋଗ ପତ୍ର ଦାଖଲ କରିପାରିବେ. ଅଭିଯୋଗ ପତ୍ର ଉପରେ ବିଚାର କରାଯାଇ ଚୂଡାନ୍ତ ନୂଆ ପଟ୍ଟା ପ୍ରଦାନ କରାଯିବ ବୋଲି ଜଣାଯାଇଛି. ଶିବିରରେ ପୌରପାଳିକାର ସମସ୍ତ ୱାର୍ଡର ପାରିଷଦ, ସର୍ଭେ ଟିମର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ.