ପାଞ୍ଚ ମାସରେ ଢଳେଇ ରାସ୍ତା ପାଲଟିଲା ଘାସ ପଡ଼ିଆ ଓ ଲୁଟିଲେ କଲେ ଲକ୍ଷ ଲକ୍ଷ ଟଙ୍କା 

ପାଞ୍ଚ ମାସରେ ଢଳେଇ ରାସ୍ତା ପାଲଟିଲା ଘାସ ପଡ଼ିଆ ଓ ଲୁଟିଲେ କଲେ ଲକ୍ଷ ଲକ୍ଷ ଟଙ୍କା 

ପାଞ୍ଚ ମାସରେ ଢଳେଇ ରାସ୍ତା ପାଲଟିଲା ଘାସ ପଡ଼ିଆ ଓ ଲୁଟିଲେ କଲେ ଲକ୍ଷ ଲକ୍ଷ ଟଙ୍କା 

ପଟ୍ଟାମୁଣ୍ଡାଇ - ୧୭/୧୧- ପଟ୍ଟାମୁଣ୍ଡାଇ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତି ଏବେ ସବୁ ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଆଉ ଏକ ରାସ୍ତା ନିର୍ମାଣରେ ମହା ଦୁର୍ନୀତି ପଦାକୁ ଆସିଛି। ଘଟଣାରୁ ପ୍ରକାଶ 
ମାତ୍ର ୫ମାସ ତଳେ ଶାସନ ପଞ୍ଚାୟତ ରେ ପଟ୍ଟାମୁଣ୍ଡାଇ -ରାଜନଗର ପୁର୍ତ୍ତ ବିଭାଗ ତଳ ରାସ୍ତା ଶାସନ ଗଡା ନିକଟରୁ ଶାସନ ବାତ୍ୟା କଲୋନୀ ଅଭିମୁଖେ ରାଜ୍ୟ ସଭା ସାଂସଦ ଙ୍କ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ବ୍ୟୟରେ ଏକ ଢ଼ଳେଇ ରାସ୍ତା ନିର୍ମାଣ କରା ଯାଇଥିଲା। ଉକ୍ତ କାମର କାର୍ଯ୍ୟାଦେଶ ବିଭାଗୀୟ ହୋଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ରତ୍ନେଶ ପାଣ୍ଡେ ଏହାର ତଦାରଖ କରିଥିଲେ। କାମ ସରିବାର ମାତ୍ର ୧୫ ଦିନ ମଧ୍ୟରେ ଏହି ରାସ୍ତା ର ବିଭିନ୍ନ ସ୍ଥାନରେ ଫାଟି ନଷ୍ଟ ହେବାକୁ ଆରମ୍ଭ କରିଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ କନିଷ୍ଠ ଯନ୍ତ୍ରୀ ରାସ୍ତାରେ ହୋଇଥିବା ଫାଟ ଗୁଡ଼ିକୁ ଉପରେ ସିମେଣ୍ଟ ଲେଶି ଫାଟ ଲୁଚାଇବାକୁ ଚେଷ୍ଟା କରିଥିଲେ। ରାସ୍ତା କାମ ସରିବାର ମାତ୍ର ୫ମାସ ମଧ୍ୟରେ ସଂପୂର୍ଣ୍ଣ ଢ଼ଳେଇ ରାସ୍ତା ଫାଟି ନଷ୍ଟ ହୋଇ ଯାଇଥିବା ବେଳେ ରାସ୍ତା ଉପର ଘାସ ବୁଦା ଓ ଅନାବନା ଗଛରେ ଭରି ଯାଇଛି। କୌଣସି ଯାନବାହାନ ଯାତାୟତ ହେଉ ନଥିବା ରାସ୍ତା ଯଦି ମାତ୍ର ପାଞ୍ଚ ମାସରେ ଏଭଳି ଭାବରେ ନଷ୍ଟ ହୋଇଛି, ତାହେଲେ ଉକ୍ତ ରାସ୍ତାରେ ତଦାରଖ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଏହି ରାସ୍ତା ନିର୍ମାଣରେ କେତେ ପରିମାଣରେ ଟଙ୍କା ହଡ଼ପ କରିଥିବେ ତାହା ଗ୍ରାମବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଷ୍ଟ୍ରିଟ୍ ଲାଇଟ ଦୁର୍ନୀତି ର ତଦନ୍ତ କରୁଥିବା ଭିଜିଲାନ୍ସ ବିଭାଗ ଏହି ରାସ୍ତା ଦୁର୍ନୀତି ରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅର୍ଜୁନ ସାହୁ, ରମାକାନ୍ତ ଦାଶ, ଦିଲ୍ଲୀପ ମଲ୍ଲିକ, ବିଚିତ୍ର ସେନାପତି , ପ୍ରତାପ ମହାନ୍ତି ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି।