କନ୍ଧମାଳ ରେ ଆମ ସଂକଳ୍ପ ନିଶା ନୁହେଁ ଜୀବନ ସଚେତନତା ଅଭିଯାନ  .

 କନ୍ଧମାଳ ରେ ଆମ ସଂକଳ୍ପ ନିଶା ନୁହେଁ ଜୀବନ ସଚେତନତା ଅଭିଯାନ  .

 କନ୍ଧମାଳ ରେ ଆମ ସଂକଳ୍ପ ନିଶା ନୁହେଁ ଜୀବନ ସଚେତନତା ଅଭିଯାନ  .



 ବିଭିନ୍ନ ମାଦକ ତଥା ନିଶା ଦ୍ରବ୍ୟ ବ୍ୟବହାରର କୁ ପରିଣାମ ବିଷୟରେ  ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ ବିଷାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ ମେ 31ରୁ ଜୁନ 26ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଯାହାକି ତାହାର ଅନୁରୂପ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦରମହକୁମା ଠାରେ।
ଆଜି ସକାଳ 7ଟା ସମୟରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ,ମୁଖ୍ୟ ନିର୍ବାହୀ ଅଧିକାରୀ,ଶମ୍ଭୁନାଥ ନନ୍ଦୀ, ଅବକାରୀ ଅଧିକ୍ଷକ ଶୁଶାନ୍ତ ପାଢ଼ୀ ପ୍ରମୁଖ ମିନି ମାରାଥନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ଗଣ ଦୌଡ଼ ରଖାଯାଇଥିଲା ଏଥିରେ ପ୍ରାୟ ସମସ୍ତ ବର୍ଗର ଛାତ୍ର ଛାତ୍ରୀ ଭାଗନେଇଥିଲେ।  ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ରକ୍ତଦାନ ଶିବିର କରାଯାଇଥିଲା। ଏହି ଅଭିଯାନ ର ମୂଳଲକ୍ଷ୍ୟ ହେଉଛି ସଂପୂର୍ଣ୍ଣ ଓଡ଼ିଶା କୁ ଘାତକ ନିସାକବଳରୁ ମୁକ୍ତ କରିବା ପାଇଁ ଏହି ସଚେତନ କାର୍ଯକ୍ରମ ନିଆଯାଇଛି।ଏହାକୁ କିପରି ପ୍ରତ୍ୟେକ ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବିଭିର୍ନ ଗଣମଧ୍ୟାମ ବ୍ୟାପକ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯାଉଛି।ବିଶେଷ କରି ଗାଁ ଗହଳି ମାନଙ୍କରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ ବୋଲି ରାଜ୍ୟସରକାର ଙ୍କ ଯୋଜନା ରହିଛି। ସଚେତନ ରଥ ଗଡିବ ପ୍ରତ୍ୟେକ ଗାଆଁ ଓ ପଞ୍ଚlୟତରେ। ଛାତ୍ର ଛାତ୍ରୀ ଓ ଯୁବ ପୀଢ଼ି ମାନ ଙ୍କୁ ଏହି ଅଭିଯାନ ରେ ଯୋଡିବା କୁ ଲକ୍ଷାରଖାଯାଇଚି।ସ୍କୁଲ କଲେଜ୍ ମାନଙ୍କରେ ବକୃତା ଓ ପ୍ରବନ୍ଧ ମା ଧ୍ୟାମରେ ସଚେତନ କରିବା ସହିତ କୃତି ଚାତ୍ର ଛାତ୍ରୀ  ମାନଙ୍କୁ ପୁରସ୍କାର ଦିଆଯିବ।ପ୍ରତି ପଞ୍ଚାୟତରେ ଏକ ସ୍ବତନ୍ତ୍ର ସଂକଳ୍ପ କାର୍ଯ୍ଯ କ୍ରମ ଜରିଆରେ ପ୍ରତ୍ୟେକ ଘର ଓ ପରିବାର ସହିତ ସମାଜର ବିକାଶ କ୍ଷେତ୍ରରେ ମହିଳାଙ୍କ ବିଶେଷ ଯୋଗଦାନ ରହିଥିବାରୁ ସ୍ଵୟଂ ସହାୟକ ଗୋଷ୍ଠୀ ରେ ଥିବା ମହିଳାମାନଙ୍କୁ ସାମିଲ୍ କରାଯାଇଛି।
ଏହିଅଭିଯାନ ରେ ଫୁଲବାଣୀ ବିଧାୟକ ଉମାଚରନ୍ ମଲ୍ଲିକ, ଆଇଟିଡିଏପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ବିଡ଼ିଓ ସୌମ୍ୟରଞ୍ଜନ ପାତ୍ର ଉପସ୍ଥିତ ଥିଲେ

କନ୍ଧମାଳରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର